/odishatv-khabar/media/post_attachments/uploadimage/library/16_9/16_9_0/mamata_1626251684.jpg)
mamata
କଲିକତା: ପଶ୍ଚିମବଙ୍ଗର ରାଜନୀତିକୁ ନେଇ ଥମିବାରେ ନା ନେଉ ନାହିଁ ଚର୍ଚ୍ଚା। ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ପୂରା କେନ୍ଦ୍ରୀୟ ନେତାଙ୍କ ଫୋର୍ସ ରାଜ୍ୟରେ ମୁତୟନ କରିଥିବାରୁ ଏହା ସହ କଡ଼ା ମୁକାବିଲା କରିବାକୁ ମମତାଙ୍କ ଟିଏମସି ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଗୋଟିଏ ପଟେ ବଙ୍ଗ ଦଖଲ କରିବାକୁ ବିଜେପି ଜୋରଦାର ପ୍ରୟାସ କରୁଥିବା ବେଳେ ପୁଣି ଥରେ କ୍ଷମତା ଅଳଙ୍କୃତ କରିବାକୁ ଦିଦି ବି ଲଢେଇ ଜୋରଦାର କରିଛନ୍ତି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ,ମମତା ବଙ୍ଗାଳୀ ଭାଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, “ଖେଲ ତୋ ହୋବେ, ଦେଖା ଜରୁର ହୋବେ” ଏହାର ଅର୍ଥ ଖେଳ ହେବ, ଲଢ଼େଇ ହେବ ଓ ଜିତା ବି ହେବ। ବେଙ୍ଗଲ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରାୟ ୩୦ଟି ରାଲି କରିବେ ବୋଲି ସୂଚନା ରହିଛି। ଏହାକୁ ସମାଲୋଚନା କରି ମମତା କହିଛନ୍ତି, ତାଙ୍କୁ ମୋ ସହ ୧୨୦ଟି ରାଲି କରିବାକୁ କୁହନ୍ତୁ।
ମମତା ଆହୁରି ମଧ୍ୟ କହିଛନ୍ତି ଯେ, ବେଙ୍ଗଲର ସ୍ଥିତାବସ୍ଥା ପାଇଁ ଏହି ଲଢ଼େଇ ହେଉଛି। ଲୋକମାନେ ଭଲ ଭାବେ ଜାଣିଛନ୍ତି ଯେ ବିଜେପି ଆସିବଲେ ରାଜ୍ୟ ନଷ୍ଟ ହୋଇଯିବ। ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ ଟିକେଟ୍ ଦେଇନଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଆଉ ଚଳିତ ନିର୍ବାଚନରେ ମମତା ଭବାନୀପୁର ନୁହେଁ ବରଂ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ। ଏହାସହ ହାୱାଡ଼ାର ଶିବପୁରରୁ କ୍ରିକେଟର ମନୋଜ ତିୱାରୀ ନିର୍ବାଚନ ଲଢିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛି ଦଳ।
ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ବୟାନ ବାଜି ମଧ୍ୟ ସେତିକି ବଢୁଛି। ବିଭିନ୍ନ ରାଜନୈତିକ ଦଳର ନେତା ନିଜ ସପକ୍ଷରେ ଭୋଟ ଗୋଟାଇବାକୁ ଭୋଟରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଭୋଟରଙ୍କୁ ଭାଷଣ ଦେବା ପରେ ତୃଣମୂଳ କଂଗ୍ରେସ ନେତା ହମିଦୁଲ ରହମାନ ଯେପରି ଭାବରେ ଭୋଟରଙ୍କୁ ଭୋଟ ଦେବାକୁ ବାଧ୍ୟ କରୁଛନ୍ତି ଓ ଭୋଟ ନଦେଲେ ସ୍ଥିତି ଭୟଙ୍କର ହେବ କହୁଛନ୍ତି ତାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)