Advertisment

କେରଳ ଭୁସ୍ଖଳନ: ୫୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଗାତର ସପ୍ତମ ଦିନରେ ଏନଡିଆରଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଓ ମୁଖ୍ୟମନ୍ତ୍ରୀ ପି. ବିଜୟାନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ଶୁକ୍ରବାର ଇଡୁକି ଜିଲ୍ଲା ରାଜମାଲାରେ […]

author-image
Ranjeet Kumar Jena
କେରଳ ଭୁସ୍ଖଳନ: ୫୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

kerala

ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ଧ୍ୱଂସାବଶେଷ ତଳେ ଆହୁରି ଅନେକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରତିକୂଳ ପାଗ ସତ୍ତ୍ୱେ ଲଗାତର ସପ୍ତମ ଦିନରେ ଏନଡିଆରଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ସେପଟେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଓ ମୁଖ୍ୟମନ୍ତ୍ରୀ ପି. ବିଜୟାନ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ଶୁକ୍ରବାର ଇଡୁକି ଜିଲ୍ଲା ରାଜମାଲାରେ ଘଟିଥିଲା। ଭୟଙ୍କର ଭୂସ୍ଖଳନ ଘଟିଥିବା ସ୍ଥାନରେ ୨୦ଟି ଘର ଥିଲା। ଯେଉଁଥିରେ ପ୍ରାୟ ୮୦ ଲୋକ ରହୁଥିଲେ।

ମୃତକଙ୍କ ମଧ୍ୟରୁ ଅଧିକାଂଶ ନିକଟସ୍ଥ ଚା ବଗିଚାର କର୍ମଚାରୀ ଥିଲେ। ସେପଟେ ଜଳପତ୍ତନ ବୃଦ୍ଧି ଯୋଗୁଁ କେରଳ ୱାଲାୟାର ଡ୍ୟାମର ୩ଟି ଗେଟକୁ ଖୋଲି ଦିଆଯାଇଛି। ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୨୦୩ ମିଟର ହୋଇଥିବା ବେଳେ ଏବେ ଡ୍ୟାମର ଜଳସ୍ତର ରହିଛି ୨୦୦.୮୬ ମିଟର।

Advertisment
Advertisment
Advertisment