Advertisment

ଏହି ରାଜ୍ୟରେ ଜୁଲାଇ ୫ରୁ ହେବ ଲକ୍‌ଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦ୍ରୁତ ଗତିରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ସେଠାକାର ରାଜ୍ୟ ସରକାର ପ୍ରତି ରବିବାର ଦିନ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରୁପ୍ପାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ ତାରିଖରୁ ପ୍ରତି ରବିବାର ଲକ୍‌ଡାଉନ୍‌ କରାଯିବ। ପରବର୍ତ୍ତୀ ଅର୍ଡ଼ର ଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି ଲକଡାଉନ୍ ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ରେ ହେବାକୁ ଥିବା ଲକ୍‌ଡାଉନ୍‌ରେ ଦୋକାନ […]

author-image
Mahasweta Baral
ଏହି ରାଜ୍ୟରେ ଜୁଲାଇ ୫ରୁ ହେବ ଲକ୍‌ଡାଉନ୍‌

luckdown

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦ୍ରୁତ ଗତିରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ସେଠାକାର ରାଜ୍ୟ ସରକାର ପ୍ରତି ରବିବାର ଦିନ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରୁପ୍ପାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ ତାରିଖରୁ ପ୍ରତି ରବିବାର ଲକ୍‌ଡାଉନ୍‌ କରାଯିବ। ପରବର୍ତ୍ତୀ ଅର୍ଡ଼ର ଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି ଲକଡାଉନ୍ ଜାରି ରହିବ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ରେ ହେବାକୁ ଥିବା ଲକ୍‌ଡାଉନ୍‌ରେ ଦୋକାନ ଓ ସମସ୍ତ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। କିନ୍ତୁ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ଦୋକାନ, ମେଡିସିନ୍‌ ଷ୍ଟୋର ଓ ଅଫିସ୍‌ଗୁଡିକ ଖୋଲା ରହିବ।

ଅନ୍ୟପଟେ କୋଭିଡ-୧୯ର ବୃଦ୍ଧି ଯୋଗୁ ରାଜ୍ୟର ଡାକ୍ତରୀ ଶିକ୍ଷାମନ୍ତ୍ରୀ ଏସ୍‌ ସୁଧାକର ଗତ ଶନିବାର ଦିନ କହିଛନ୍ତି ଯେ ସୋମବାର ସନ୍ଧ୍ୟା ଠାରୁ ସରକାରୀ ତଥା ବେସରକାରୀ ଡାକ୍ତରଖାନାଗୁଡିକରେ କରୋନା ଭାଇରସର ଚିକିତ୍ସା ପାଇଁ ୧୦ହଜାର ବେଡ୍‌ର ବ୍ୟବସ୍ଥା କରାଯିବ। ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ବହୁ ମହଲା ବିଶିଷ୍ଟ ଆବାସିକ ଅଟ୍ଟାଳିକାକୁ ମଧ୍ୟ ବ୍ୟବହାର କରାଯିବ।

Advertisment

କର୍ଣ୍ଣାଟକରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧୮ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ସେଠାରେ ଭୟର ବାତାବରଣ ଦେଖାଦେଇଛି। ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୨୩ଥିବା ଜଣାପଡିଛି। ସେଥିମଧ୍ୟରୁ ୭୨୮୭ ରୋଗୀ ସୁସ୍ଥ ହୋଇଛନ୍ତି। ୪୪୪୧ଟି ଆକ୍ଟିଭ କେସ୍‌ ରହିଛି। ରାଜ୍ୟରେ ୧୯୧ଜଣଙ୍କର ମୃତ୍ୟୁ ଘଟିଛି। ୧୯୭ ଜଣ ରୋଗୀ ଆଇସିୟୁରେ ଅଛନ୍ତି।

Advertisment
Advertisment