/odishatv-khabar/media/post_attachments/uploadimage/library/16_9/16_9_0/bs_1625447524.jpg)
bs
ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନା ଭାଇରସ୍ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କୁ ସୋମବାର ଏକ ପ୍ରାଇଭେଟ୍ ହସ୍ପିଟାଲରୁ ଛୁଟି ମିଳିଛି।
ଅଗଷ୍ଟ ୨ ତାରିଖରେ ୭୭ ବର୍ଷୀୟ ୟେଦୁରପ୍ପାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଟ୍ୱିଟ୍ କରିଛନ୍ତି।
https://twitter.com/BSYBJP/status/1292796760910262275?s=20
ସେ କହିଛନ୍ତି, ପ୍ରାର୍ଥନା ଓ କାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୋତେ ହସ୍ପିଟାଲରୁ ଡିସଚାର୍ଜ ମିଳିଛି ଏବଂ ମୁଁ ନିଜସ୍ୱ କ୍ୱାରେଣ୍ଟିନରେ ରହିବି। ଆପଣଙ୍କ ସମର୍ଥନ ଏବଂ ସ୍ନେହ ପାଇଁ ମୁଁ ସର୍ବଦା ଋଣି ହୋଇ ରହିବି। ମୁଁ ଖୁବଶୀଘ୍ର ନିଜର ଦୈନନ୍ଦିନ ଜୀବନକୁ ଫେରିବାକୁ ଚାହୁଁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)