Advertisment

ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା ବେଙ୍ଗାଲୁରୁ …

ବେଙ୍ଗଲୁରୁ  : ପୁରା ବେଙ୍ଗଲୁରୁ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା । ଏହାର କାରଣ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଆଶାକର୍ମୀଙ୍କ ବିରାଟ ବିକ୍ଷୋଭ । ଏହି ଦୁଇ ଦିନିଆ ବିକ୍ଷୋଭରେ ୩୦ ହଜାରରୁ ଅଧିକ ଆଶାକର୍ମୀ ଭାଗ ନେଇଛନ୍ତି । ନିୟମିତ ଭାବେ ଦରମା ଦାବି କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଶାକର୍ମୀଙ୍କ ଅଭିଯୋଗ ହେଲା, କିଛି ମାସ ହେଲା ସେମାନେ ଆଦୌ ଦରମା ନ ପାଇବାରୁ ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ […]

author-image
Pradesh Pratyush
ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା ବେଙ୍ଗାଲୁରୁ …

worker

ବେଙ୍ଗଲୁରୁ  : ପୁରା ବେଙ୍ଗଲୁରୁ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା । ଏହାର କାରଣ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଆଶାକର୍ମୀଙ୍କ ବିରାଟ ବିକ୍ଷୋଭ । ଏହି ଦୁଇ ଦିନିଆ ବିକ୍ଷୋଭରେ ୩୦ ହଜାରରୁ ଅଧିକ ଆଶାକର୍ମୀ ଭାଗ ନେଇଛନ୍ତି । ନିୟମିତ ଭାବେ ଦରମା ଦାବି କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

Advertisment

publive-imageଆଶାକର୍ମୀଙ୍କ ଅଭିଯୋଗ ହେଲା, କିଛି ମାସ ହେଲା ସେମାନେ ଆଦୌ ଦରମା ନ ପାଇବାରୁ ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ତା ସହିତ ମାସକୁ ମାତ୍ର ୨ ହଜାର ଟଙ୍କା ମିଳୁଥିବାରୁ ଏଥିରେ ଚଳିବା ସମ୍ଭବ ନୁହେଁ । ଦରମା ବୃଦ୍ଧି ସହିତ ନିୟମିତ ଭାବେ ଏହା ପ୍ରଦାନ କରିବାକୁ ଦାବି କରିଛନ୍ତି ଆଶା କର୍ମୀ ।

୩୦ ହଜାରରୁ ଅଧିକ ଆଶାକର୍ମୀ ଆନ୍ଦୋଳନ କରି ବେଙ୍ଗଲୁରୁକୁ କିଛି ସମୟ ପାଇଁ ଏକ ପ୍ରକାର ଠପ୍ କରିଦେଇଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପାଇଁ ଆନ୍ଦୋଳନ ହେବ ବୋଲି ସେମାନେ ଧମକ ଦେଇଛନ୍ତି।

Advertisment
Advertisment
Advertisment