/odishatv-khabar/media/post_attachments/uploadimage/library/16_9/16_9_0/kangan_1625330373.jpg)
kangan
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରୁ ମନାଲିକୁ ଫେରିଯାଇଛନ୍ତି। ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ମନାଲି ଯାଇଥିଲେ। ତେବେ ମୁମ୍ବାଇରୁ ଯିବାବେଳେ ସେ ଦୁଇଟି ଟ୍ୱିଟ୍ କରି ନିଜ ମନର କଥା ବର୍ଣ୍ଣନା କରିଛନ୍ତି। ପ୍ରଥମ ଟ୍ୱିଟ୍ରେ ସେ ଲେଖିଛନ୍ତି, ଯେ ସେ ବ୍ୟଥିତ ମନରେ ମୁମ୍ବାଇ ଛାଡି ଚାଲିଯାଉଛନ୍ତି।
ଗଲା କିଛିଦିନ ହେଲା ଯେଉଁଭଳି ଭାବେ ତାଙ୍କୁ ଆତଙ୍କିତ କରାଯାଉଛି, ଧମକ ଦିଆଯାଉଛି, ଅଫିସ୍ ପରେ ଘରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି, ତାକୁ ଦେଖି ମୁମ୍ବାଇକୁ ପିଓକେ ସହ ତୁଳନା କରିବା କିଛି ଭୁଲ୍ ନଥିଲା ବୋଲି କଙ୍ଗନା ଲେଖିଛନ୍ତି। ସେହିପରି ଅନ୍ୟ ଏକ ଟ୍ୱିଟ୍ କରି କଙ୍ଗନା ଲେଖିଛନ୍ତି ଯେ, ରକ୍ଷକ ଏବେ ଭକ୍ଷକ ସାଜିଛନ୍ତି ଏବଂ ଗଣତନ୍ତ୍ରକୁ ଧ୍ୱଂସ କରୁଛନ୍ତି। ସେମାନେ କଙ୍ଗନାଙ୍କୁ ଦୁର୍ବଳ ଭାବି ଭୁଲ୍ କରୁଛନ୍ତି।
ସୂଚନା ଯୋଗ୍ୟ ମୁମ୍ବାଇକୁ ପିଓକେ ସହ ତୁଳନା କରିବା ପରେ ଶିବସେନା ଟାର୍ଗେଟରେ ରହିଛନ୍ତି କଙ୍ଗନା। ବିଏମସି ମଧ୍ୟ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସର କିଛି ଅଂଶକୁ ବେଆଇନ ଦର୍ଶାଇ ଭାଙ୍ଗିଦେଇଛନ୍ତି। ତେବେ ଏହି ଘର ଭଙ୍ଗାକୁ ନେଇ ରାଜନୀତି ଏବେ ଜୋର୍ ଧରିଛି। କଙ୍ଗନାଙ୍କ ସମର୍ଥନରେ ବିଜେପି ସମେତ କିଛି ବଲିଉଡ୍ କଳାକାର ବାହାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)