Advertisment

ବେଙ୍ଗଲ୍‌ରେ ବିଜେପି ପରିବର୍ତ୍ତନ ଯାତ୍ରା ଆରମ୍ଭ; ନଡ୍ଡା କହିଲେ, ଦିଦି କହୁଛନ୍ତି ହୋବେନା କିନ୍ତୁ ମେ ମାସ ପରେ ଏଠି ସବୁ ହେବ

କୋଲକାତା:  ପଶ୍ଚିମବଙ୍ଗରେ ଆଜି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (ଜେପି ନଡ୍ଡା) ଆଜି ବେଙ୍ଗଲ୍‌ରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ପରିବର୍ତ୍ତନ ଯାତ୍ରାକୁ ନେଇ ସେ ଉତ୍ସାହିତ ଓ ବେଙ୍ଗଲରେ ପରିବର୍ତ୍ତନର ସମୟ ଆସି ଯାଇଛି ବୋଲି କହିଛନ୍ତି ନଡ୍ଡା। ଏଥିସହିତ ବିଜେପି ଆୟୋଜିତ ରାଲିଗୁଡ଼ିକୁ ସମ୍ଭୋଧନ କରି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ନଡ୍ଡା। ମମତା […]

ବେଙ୍ଗଲ୍‌ରେ ବିଜେପି ପରିବର୍ତ୍ତନ ଯାତ୍ରା ଆରମ୍ଭ; ନଡ୍ଡା କହିଲେ, ଦିଦି କହୁଛନ୍ତି ହୋବେନା କିନ୍ତୁ ମେ ମାସ ପରେ ଏଠି ସବୁ ହେବ

jp-nada

Advertisment

କୋଲକାତା:  ପଶ୍ଚିମବଙ୍ଗରେ ଆଜି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିଛି ଭାରତୀୟ ଜନତା ପାର୍ଟି ବା ବିଜେପି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (ଜେପି ନଡ୍ଡା) ଆଜି ବେଙ୍ଗଲ୍‌ରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ପରିବର୍ତ୍ତନ ଯାତ୍ରାକୁ ନେଇ ସେ ଉତ୍ସାହିତ ଓ ବେଙ୍ଗଲରେ ପରିବର୍ତ୍ତନର ସମୟ ଆସି ଯାଇଛି ବୋଲି କହିଛନ୍ତି ନଡ୍ଡା। ଏଥିସହିତ ବିଜେପି ଆୟୋଜିତ ରାଲିଗୁଡ଼ିକୁ ସମ୍ଭୋଧନ କରି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ନଡ୍ଡା। ମମତା ରାଜ୍ୟରେ ଅତ୍ୟାଚାରର ସରକାର ଚଳାଉଛନ୍ତି। ତାଙ୍କର ଗର୍ବ ପାଇଁ ସେ କେନ୍ଦ୍ର ସରକାରଙ୍କର ପିଏମ୍‌ କିଷାନ ଯୋଜନାକୁ ରାଜ୍ୟରେ କର୍ଯ୍ୟକାରୀ କରିବାକୁ ଦେଉ ନାହାନ୍ତି ବୋଲି ନଡ୍ଡା କହିଛନ୍ତି।

Advertisment

ଆଜି ନବଦ୍ୱୀପରୁ ବିଜେପି ପରିବର୍ତ୍ତନ ଯାତ୍ରାର ଆରମ୍ଭ କରିଛି। ଆଜି ରାରିଲେ ଆରମ୍ଭରୁ ମମତାଙ୍କୁ ଟାର୍ଗେଟ କରି ନଡ୍ଡା କହିଛନ୍ତି ରାଜ୍ୟରେ ପରିବର୍ତ୍ତନ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା କେବଳ ସରକାର ନୁହେଁ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ କରିବ ବୋଲି ନଡ୍ଡା କହିଛନ୍ତି।

ମମତାଙ୍କୁ କଡ଼ା ଟାର୍ଗେଟ କରି ନଡ୍ଡା କହିଛନ୍ତି ୧୦ ବର୍ଷ ତଳେ ମମତା ମା’, ମାଟି ଓ ମଣିଷ ନାଁରେ ଶପଥ ନେଇଥିଲେ। ଆଉ ଏହି ୧୦ ବର୍ଷ ଭିତରେ ମାଆଙ୍କ ସମ୍ମାନ ଲୁଟ ହୋଇଛି। ମାଟିକୁ ଅସମ୍ମାନ କରାଯାଇଛି ଓ ମଣିଷକୁ ସୁରକ୍ଷା ମିଳିନାହିଁ। କେନ୍ଦ୍ର ସମସ୍ତ ସହାୟତା କଲେ ବି ଲୋକଙ୍କ ପାଖରେ କଲ୍ୟାଣମୂଳକ ଯୋଜନାଗୁଡ଼ିକ ପହଞ୍ଚିପାରୁ ନାହିଁ। ରାଜ୍ୟ ସରକାର ଏହି ଯୋଜନାଗୁଡ଼ିକ ପହଞ୍ଚାଇବାରେ ଅକ୍ଷମ ରହିଛନ୍ତି। ବେଙ୍ଗଲକୁ ପ୍ରଧାନମନ୍ତ୍ରୀ ଯେତେ ଦେବାକୁ ଚେଷ୍ଟା କଲେ ବି ଦିଦି ଦରକାର ନାହିଁ ବୋଲି କହୁଛନ୍ତି।

Advertisment

କିଛି ହୋବେନା ବୋଲି ଦିଦି କାହିଁକି କହୁଛନ୍ତି? କିନ୍ତୁ ମେ’ ମାସ ପରେ ରାଜ୍ୟରେ ସବୁ କିଛି ହେବ। ଏହା କି ପ୍ରକାରର ସରକାର? ଏହା କ’ଣ ଅତ୍ୟାଚାର କରୁଥିବା ସରକାର? ଆମର ପ୍ରାୟ ୧୩୦ ଜଣ ଲୋକଙ୍କୁ ହତ୍ୟା କରାଯାଇଛି ଓ  ୩୦୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରାଯାଇଛି ବୋଲି ନଡ୍ଡା କହିଛନ୍ତି। ସେମାନେ ଆମକୁ ଯଦି ଆକ୍ରମଣ କରିପାରୁଛନ୍ତି, ତା’ହେଲେ ପଶ୍ଚିମବଙ୍ଗରେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ଥିବ, ସେକଥା ଭଲ ଭାବେ ବୁଝାପଡ଼ୁଛି ବୋଲି ନଡ୍ଡା କହିଛନ୍ତି। ତା ସହିତ ଏହି ସରକାର ଏଠାକୁ ଯିବା ଦରକାର ବୋଲି କହି ନଡ୍ଡା ବେଙ୍ଗଲର ଜନସାଧାରଣକୁ ଆହ୍ୱାନ ଦେଇଛନ୍ତି।

ତେବେ ବେଙ୍ଗଲ୍‌ରେ ବି ବିଜେପି ନିର୍ବାଚନରେ ତାର ଚାରିଚରିତ ଠାଣୀ ଆପଣେଇଛି। ଶନିବାର ପରିବର୍ତ୍ତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଚାଷୀଙ୍କୁ ଭେଟି ସେମାନଙ୍କ ସହ ଖିଚିଡି ଖାଇଥିଲେ। ଏହି ସମୟରେ ସେ ପିଏମ୍‌ କିଷାନ କଥା ଉଠାଇ ବେଙ୍ଗଲ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ନଡ୍ଡା। ସେ କହିଥିଲେ, ବେଙ୍ଗଲର ଚାଷୀମାନଙ୍କୁ ପିଏମ କିଷାନ ଯୋଜନାରୁ ବଞ୍ଚିତ କରି ମମତା ଦିଦି ଅନ୍ୟାୟ କରୁଛନ୍ତି। ଅହଂକାର କରି କେନ୍ଦ୍ରର ଏହ କୃଷକ ହିତ ଯୋଜନାକୁ କାର୍ଯ୍ୟାକାରୀ କରୁନାହାନ୍ତି। ଯୋଜନା କାର୍ଯ୍ୟାକାରୀ ନହେବାରୁ ବାର୍ଷିକ ୬ ହଜାର ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରାୟ ୭୦ ଲକ୍ଷ ଚାଷୀ।

Advertisment

ତା ସହିତ ଜୟ ଶ୍ରୀରାମ ନାରାକୁ ନେଇ ମଧ୍ୟ ଦିଦିଙ୍କୁ ସମାଲୋଚନା କରିଛନ୍ତି ନଡ୍ଡା। ସେ କହିଛନ୍ତି ଯେ ଜୟ ଶ୍ରୀ ରାମ ସହିତ ମମତାଙ୍କର ସମସ୍ୟା କ’ଣ? ସେ କାହିଁକି ଏହି ନାରା ଶୁଣି ଏତେ ରାଗୁଛନ୍ତି? ଭାରତୀୟ ସଂସ୍କୃତିକୁ ସମ୍ମାନ ଜଣାଇବା ଖରାପ କି ବୋଲି ପ୍ରଶ୍ନ କରିବା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରା ରାଜନୀତିକୁ ଉର୍ଦ୍ଧ୍ୱରେ ବୋଲି ନଡ୍ଡା କହିଛନ୍ତି।

ଆଇପିଏସ୍‌ ଅଦଳବଦଳ

ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଇପିଏସ୍‌ ସ୍ତରରେ ବଡ଼ ପରିବର୍ତ୍ତନ କରାଯାଇଛି। ସୋମେନ୍ ମିତ୍ରକୁ କୋଲକାତା ପୋଲିସ କମିଶନର ଭାବରେ ନିଯୁକ୍ତି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର। ସୋମେନ ପୂର୍ବରୁ ୫ ବର୍ଷ ଧରି ସିଟି ପୋଲିସି ମୁଖ୍ୟ ଥିଲେ। ଅନୁଜ ଶର୍ମାଙ୍କ  ସ୍ଥାନରେ ସୋମେନଙ୍କୁ ନିଯୁକ୍ତି ମିଳିଛି। ସେହିପରି ଗ୍ୟାନୱାନ୍ତ ସିଂହଙ୍କ ସ୍ଥାନରେ ଜାୱେଦ୍ ଶାମିମଙ୍କୁ ଆଡିସନାଲ ଡାଇରେକ୍ଟର ଜେନେରାଲ୍‌(ଲ ଆଣ୍ଡ ଅର୍ଡର୍‌) କୋଲକାତା ପୋଲିସ୍‌ର ଦାୟିତ୍ୱ ଦିଆଯାଇଛି। ଅଜୟ କୁମାର ନନ୍ଦଙ୍କୁ ବାର୍ରାକପୁର ପୋଲିସ କମିଶନର, ସୁପ୍ରତୀମ ସରକାରଙ୍କୁ ବିଧାନଗର ପୋଲିସ କମିଶନର ଓ ସି. ସୁଧାକରଙ୍କୁ ହାୱଡ଼ା ପୋଲିସ କମିଶନର ଭାବେ ନିଯୁକ୍ତି ମିଳିଛି। ରାଜ୍ୟରେ ନିର୍ବାଚନ ସମୟରେ କୌଣସି ଅଫିସର ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ସମୟ ରହିବା କଥା ନୁହେଁ ବୋଲି ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ