Advertisment

ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଦଳ ପକ୍ଷରୁ ବିଜେପିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନଡ୍ଡାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି। ଏବେ ନଡ୍ଡା ଦଳର ପ୍ରତିଦିନ ଘଟୁଥିବା ଘଟଣାର ସବୁ ଦାୟିତ୍ୱ ନିର୍ବାହ କରିବେ। ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୂର୍ବଭଳି ଅମିତ ଶାହ ହିଁ ରହିବେ। ଅମିତ […]

author-image
Mihir Pattnayak
ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ

jj

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ତାଙ୍କୁ ଦଳ ପକ୍ଷରୁ ବିଜେପିର କାର୍ଯ୍ୟକାରୀ ସଭାପତି କରାଯାଇଛି। ଆଜି ସନ୍ଧ୍ୟାରେ ବିଜେପିର ସଂସଦୀୟ ଦଳ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ନଡ୍ଡାଙ୍କୁ ଏହି ପଦବୀ ପାଇଁ ମନୋନୀତ କରାଯାଇଛି। ଏବେ ନଡ୍ଡା ଦଳର ପ୍ରତିଦିନ ଘଟୁଥିବା ଘଟଣାର ସବୁ ଦାୟିତ୍ୱ ନିର୍ବାହ କରିବେ। ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପୂର୍ବଭଳି ଅମିତ ଶାହ ହିଁ ରହିବେ।

Advertisment

ଅମିତ ଶାହ ଚଳିତ ବର୍ଷ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ତାଙ୍କୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ମିଳିଛି। ଏପରି ସ୍ଥିତିରେ ସେ ଦଳର ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେଣୁ ଜେପି ନଡ୍ଡାଙ୍କୁ ବିଜେପି ତା’ର କାର୍ଯ୍ୟକାରୀ ସଭାପତି କରିଛି।

ବିଜେପି ସଂସଦୀୟ ବୋର୍ଡ ବୈଠକରେ ଶ୍ରୀ ଶାହ ହିଁ ନଡ୍ଡାଙ୍କ ନାଁ ଘୋଷଣା କରିଥିଲେ। ଏହାପରେ ନଡ୍ଡାଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱାଗତ କରାଯାଇଥିଲା। ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ବିଜେପି ଅମିତ ଶାହଙ୍କ ନେତୃତ୍ୱରେ ଏକାଧିକ ନିର୍ବାଚନ ଜିତିଛି। ଏବେ ସେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଥିବାରୁ ଦଳର ଦାୟିତ୍ୱ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିବାକୁ ଶ୍ରୀ ଶାହ ହିଁ କହିଥିଲେ।

Advertisment

ଏବେ ଦଳର ସଂସଦୀୟ ବୋର୍ଡ ଶ୍ରୀ ନଡ୍ଡାଙ୍କୁ ବିଜେପିର କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରିଛି। ତେବେ ଶ୍ରୀ ଶାହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ରହିବେ।”

Left Top
Advertisment
Advertisment