/odishatv-khabar/media/post_attachments/uploadimage/library/16_9/16_9_0/journalist-2_1625531898.jpg)
journalist
ଲକ୍ଷ୍ନୌ: ଗାଜିଆବାଦରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିବା ସାମ୍ବାଦିକ ବିକ୍ରମ ଜୋଶୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ସୋମବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବୁଧବାର ସକାଳେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି।
ସୋମବାର ବିଚ ରାସ୍ତାରେ ନିଜର ଦୁଇ ଛୋଟ ଛୋଟ ଝିଅଙ୍କ ସାମ୍ନାରେ ସାମ୍ବାଦିକଙ୍କୁ ଦୃର୍ବୃତ୍ତ ଗୁଳିକରି ହତ୍ୟା କରିଥିବାର ହୃଦୟ ବିଦାରକ ଚିତ୍ର ସିସିଟିଭରେ କଏଦ ହୋଇଥିଲା। ଏହି ଦୃଶ୍ୟ ବୟାନ କରୁଛି ଉତ୍ତର ପ୍ରଦେଶରେ କେତେ ଅସୁରକ୍ଷିତ ସାଧାରଣ ଜନତା ଆଉ କେତେ ଅସହାୟ ଆଇନ ଶୃଙ୍ଖଳାର ସ୍ଥିତି।
ପରିବାର ଅଭିଯୋଗ ଅନୁଯାୟୀ ବିକ୍ରମଙ୍କ ଭାଣୀଜିଙ୍କୁ କିଛି ଦିନ ଧରି କିଛି ଅସାମାଜିକ ପିଲା ହଇରାଣ କରୁଥିଲେ। ପୋଲିସରେ ଏନେଇ ସେମାନେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଯାହା ପରେ ବିକ୍ରମ ସେହି ପିଲାଙ୍କୁ ଏପରି ନକରିବା ପାଇଁ ଚେତାବନୀ ଦେଇଥିଲେ। ଏହି ଘଟଣାକୁ ନେଇ ଦୁର୍ବୃତ୍ତ ବିକ୍ରମଙ୍କୁ ହତ୍ୟା କରିଥିବା କୁହାଯାଇଛି।
ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉତ୍ତର ପ୍ରଦେଶ ପୋଲିସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ରବି ଓ ଛୋଟୁ ସହ ୯ ଜଣଙ୍କୁ ଗିରଫ କରିଛି। ଏହାସହ ଦୁଇ ମଖ୍ୟ ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନଲମ୍ବିତ କରାଯାଇଥିବା ଗାଜିଆବାଦ ଏସଏସପି ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ମଧ୍ୟ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳଳ ସହାୟତା ଘୋଷଣା କରିଥିବା ବେଳେ ମୃତ ସାମ୍ବାଦିକଙ୍କ ପତ୍ନୀଙ୍କୁ ଚାକିରି ଓ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବାକୁ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)