Advertisment

କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବନ୍ଦ କଲା ଜନ୍‌ସନ ଆଣ୍ଡ ଜନ୍‌ସନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଟିକା ପାଇଁ ବିଭିନ୍ନ ଦେଶରେ ପରୀକ୍ଷଣ ଚାଲିଛି। ଆମେରିକାରେ କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ ଆଣ୍ଡ ଜନ୍‌ସନକୁ ଲାଗିଛି ଧକ୍କା।  ପରିସ୍ଥିତିକୁ ଦେଖି ପରୀକ୍ଷଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପ୍ରସ୍ତୁତ କରିଥିବା ଟିକାର ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିଲା। ଏହି ପରୀକ୍ଷଣ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ […]

କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବନ୍ଦ କଲା ଜନ୍‌ସନ ଆଣ୍ଡ ଜନ୍‌ସନ

Jhonson

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଟିକା ପାଇଁ ବିଭିନ୍ନ ଦେଶରେ ପରୀକ୍ଷଣ ଚାଲିଛି। ଆମେରିକାରେ କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ ଆଣ୍ଡ ଜନ୍‌ସନକୁ ଲାଗିଛି ଧକ୍କା।  ପରିସ୍ଥିତିକୁ ଦେଖି ପରୀକ୍ଷଣକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment

କମ୍ପାନୀ ପ୍ରସ୍ତୁତ କରିଥିବା ଟିକାର ତୃତୀୟ ପଯର୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିଲା। ଏହି ପରୀକ୍ଷଣ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଜଣାଯାଇଛି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଟ୍ରାଏଲକୁ ସ୍ଥିଗିତ ରଖିଛି ଜନସନ ଆଣ୍ଡ ଜନସନ କମ୍ପାନୀ ।

ଏହାସହ ଟିକା ପରୀକ୍ଷଣରେ ଭାଗନେବା ଲାଗି ଅନଲାଇନ୍ ପଞ୍ଜୀକରଣ ମଧ୍ୟ ବନ୍ଦ ରଖାଯାଇଛି । ପୂର୍ବରୁ ଏହି ଟୀକା ଲାଗି ୬୦ ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରିଥିଲେ। ପୂର୍ବରୁ ଆଷ୍ଟ୍ରାଜେନେକା ଟିକା ପରୀକ୍ଷଣ ବେଳେ ମଧ୍ୟ ଏଭଳି ସମସ୍ୟ ଉପୁଜିଥିଲା। ତେବେ କିଛି ଦିନ ପରେ ପୁଣି ତ୍ରୁଟି ସଜାଡ଼ି ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ