Advertisment

JNU ପରିସରରେ ଉତ୍ତେଜନା, ହଷ୍ଟେଲରେ ପଶି ଭଙ୍ଗାରୁଜା

ନୂଆଦିଲ୍ଲୀ: ଆଜି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରଥମେ ଆକ୍ରମଣ କରିଥିବା ଦୋଷ ଦେଇଛନ୍ତି। ଏହି ଘଟଣାରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଇଶି ଘୋଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ପଛରେ ଏବିଭିପି ଅଛି ବୋଲି ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଘୋଷଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ଏହି […]

author-image
Pradesh Pratyush
JNU ପରିସରରେ ଉତ୍ତେଜନା, ହଷ୍ଟେଲରେ ପଶି ଭଙ୍ଗାରୁଜା

jnu

ନୂଆଦିଲ୍ଲୀ: ଆଜି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରଥମେ ଆକ୍ରମଣ କରିଥିବା ଦୋଷ ଦେଇଛନ୍ତି।

Advertisment

ଏହି ଘଟଣାରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଇଶି ଘୋଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ପଛରେ ଏବିଭିପି ଅଛି ବୋଲି ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଘୋଷଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ଏହି ଘଟଣା ପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଜେଏନ୍‌ୟୁର ସମସ୍ତ ଫାଟକ ଏବଂ ରାସ୍ତା ବନ୍ଦ କରିଦିଆଯାଇଛି। ଏପରିକି ଗଣମାଧ୍ୟମକୁ ମଧ୍ୟ ଭିତରକୁ ଛଡ଼ାଯାଉନାହିଁ।

ଜେଏନ୍‌ୟୁଏସ୍‌ୟୁ ପକ୍ଷରୁ ହଷ୍ଟେଲ ଭଙ୍ଗାରୁଜାର କିଛି ଫଟୋ ଟ୍ୱିଟ୍‌ କରାଯିବା ସହ କୁହାଯାଇଛି, ଏହି ଆକ୍ରମଣ ସମୟରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଦିଲ୍ଲୀ ପୁଲିସ୍ ବାହିନୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏବିଭିପି ପକ୍ଷରୁ ଅଭିଯୋଗ ଅଣାଯାଇଛି, ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ଆକ୍ରମଣରେ ୨୫ ଜଣ ଏବିଭିପି କର୍ମୀ ଆହତ ହୋଇଛନ୍ତି। ଏଥିରେ ଆଏସା, ଏସ୍‌ଏଫ୍‌ଆଇ ଏବଂ ଡିଏସ୍‌ଏଫ୍‌ ଆଦି ସଂଗଠନର ସଦସ୍ୟ ସଂଶ୍ଲିଷ୍ଟ ଥିବା ଏବିଭିପି ସଭାପତି ଦୁର୍ଗେଶ କୁମାର କହିଛନ୍ତି। ୧୧ ଜଣ ଏବିଭିପି ସଦସ୍ୟ କେଉଁଠି ଅଛନ୍ତି ସେବାବଦରେ କୌଣସି ସୂଚନା ନଥିବା ସେ କହିଛନ୍ତି। ବାମପନ୍ଥୀ ଛାତ୍ରମାନେ ହଷ୍ଟେଲରେ ପଶି ଭଙ୍ଗାରୁଜା କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ଯୁବ ସଂଗଠନ ପକ୍ଷରୁ କୁଳପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଯାଇଛି। ଏବିଭିପି କର୍ମୀ ଆକ୍ରମଣ କରୁଥିବା ସମୟରେ ଦିଲ୍ଲୀ ପୁଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସେମାନେ କହିଛନ୍ତି।

Advertisment

ଏହି ଘଟଣାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଡ଼ା ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି, ସରକାରଙ୍କ ସମର୍ଥନରେ ଏହି ଆକ୍ରମଣ ହୋଇପାରିବ। ମୁଖାପିନ୍ଧା ପିଲା ଜେଏନ୍‌ୟୁ ଭିତରେ ପଶି ଆକ୍ରମଣ କଲାବେଳେ ପୁଲିସ୍‌ କ’ଣ କରୁଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଟ୍ୱିଟ୍‌ କରାଯାଇଛି, ଦିଲ୍ଲୀ ସରକାର ଜେଏନ୍‌ୟୁ ପାଇଁ ଆମ୍ବୁଲାନ୍ସ ଯୋଗାଇଦେଇଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ମଧ୍ୟ ଏହି ଘଟଣାର ସମାଲୋଚନା କରିଛନ୍ତି।

Advertisment
Advertisment