Advertisment

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର: ଆଜି ପୁଣି ୩ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଥିବା ଜଦିବାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି। କାଶ୍ମୀର ଅଞ୍ଚଳର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମସ୍ତ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ। ଆଇଜି କାଶ୍ମୀର ଭିଜୟ କୁମାରଙ୍କ ସୂଚନାନୁସାରେ, ମେ ୨୦ ତାରିଖ  ରମଦାନ ସମୟରେ ପଣ୍ଡାଚ ଚୌକ୍‌ ନିକଟରେ ଯେଉଁ ଦୁଇ ବିଏସ୍‌ଏପ୍‌ ଯବାନ ସହିତ ହୋଇଥିଲେ ତା ପଛରେ ଏହି ଆତଙ୍କବାଦୀମାନେ ସାମିଲ […]

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

Srinagar

Advertisment

ଶ୍ରୀନଗର: ଆଜି ପୁଣି ୩ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଥିବା ଜଦିବାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି। କାଶ୍ମୀର ଅଞ୍ଚଳର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମସ୍ତ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ।

Advertisment

ଆଇଜି କାଶ୍ମୀର ଭିଜୟ କୁମାରଙ୍କ ସୂଚନାନୁସାରେ, ମେ ୨୦ ତାରିଖ  ରମଦାନ ସମୟରେ ପଣ୍ଡାଚ ଚୌକ୍‌ ନିକଟରେ ଯେଉଁ ଦୁଇ ବିଏସ୍‌ଏପ୍‌ ଯବାନ ସହିତ ହୋଇଥିଲେ ତା ପଛରେ ଏହି ଆତଙ୍କବାଦୀମାନେ ସାମିଲ ଥିଲେ। ତେବେ ଏନ୍‌କାଉଣ୍ଟର ପରେ ଉକ୍ତ ସ୍ଥାନରେ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ପୁଣିଥରେ ଇଣ୍ଟରନେଟ୍‌ ସେବା ଆରମ୍ଭ ହେଲା କି ନାହିଁ ସେ ନେଇ ଏପର୍ଯ୍ୟନ୍ତ ରିପୋର୍ଟ ମିଳିପାରି ନାହିଁ।

ସକାଳେ ଜାମ୍ମୁ-କାଶ୍ମୀର ପୁଲିସ୍ ଓ ସିଆର୍‌ପିଏଫ୍ ଯବାନଙ୍କ ମିଳିତ ଉଦ୍ୟମରେ ଜଦିବାଲ ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଥିଲା ସେନା। ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ସେନା ପହଛିବା ପରେ ଏକ ଘର ଭିତରେ ଲୁଚି ଯାଇ ସେନା ଉପରେ ଗୁଳି ବର୍ଷଣ କରିଥିଲେ ଆତଙ୍କବାଦୀ। ପ୍ରଥମେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲେ ବି ସେମାନେ ଶୁଣିନଥିଲେ। ପରେ ସେନାର ପାଲଟା ଯବାବରେ ନିହତ ହୋଇଥିଲେ ରକ୍ତର ହୋଲି ଖେଳୁଥିବା ଏହି ସୈତାନମାନେ।

Advertisment

ସେହିପରି ଗତକାଲି ମଧ୍ୟ ସର୍ଚ୍ଚ ଅପରେସନ କରି ଜାମ୍ମୁ-କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ୮ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା। ସେଥିମଧ୍ୟରୁ ୩ ପୁଲୱାମାର ଅୱନ୍ତିପୂରାରେ ଓ ୫ ସୋପିଆନ୍‌ରେ ଏନ୍‌କାଉଣ୍ଟର କରାଯାଇଥିଲା।

Jammu And Kashmir Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ