Advertisment

ସ୍ଥଗିତ ହେବନି JEE-NEET ପରୀକ୍ଷା

ନୂଆଦିଲ୍ଲୀ: JEE ମେନ୍ ଏବଂ NEET ପରୀକ୍ଷାକୁ ସ୍ଥଗିତ କରିବା ଲାଗି ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେଦନ ପୁଣି ଖାରଜ ହୋଇଛି। ସୁପ୍ରିମ୍ କୋର୍ଟ JEE ମେନ୍ ଏବଂ NEET ପରୀକ୍ଷା ଉପରେ ରୋକ୍ ଲଗାଇବାକୁ ସିଧାସଳଖ ମନା କରିଦେଇଛନ୍ତି। ଅଗଷ୍ଟ ୧୭ ତାରିଖରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ୬ଟି ଅଣ-ବିଜେପି ଶାସିତ ରାଜ୍ୟର ମନ୍ତ୍ରୀର ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ମୟଳ ଘାଟକ, ଝାଡ଼ଖଣ୍ଡର […]

author-image
Ranjeet Kumar Jena
ସ୍ଥଗିତ ହେବନି JEE-NEET ପରୀକ୍ଷା

jee

ନୂଆଦିଲ୍ଲୀ: JEE ମେନ୍ ଏବଂ NEET ପରୀକ୍ଷାକୁ ସ୍ଥଗିତ କରିବା ଲାଗି ସୁପ୍ରିମ୍ କୋର୍ଟରେ କରାଯାଇଥିବା ଆବେଦନ ପୁଣି ଖାରଜ ହୋଇଛି। ସୁପ୍ରିମ୍ କୋର୍ଟ JEE ମେନ୍ ଏବଂ NEET ପରୀକ୍ଷା ଉପରେ ରୋକ୍ ଲଗାଇବାକୁ ସିଧାସଳଖ ମନା କରିଦେଇଛନ୍ତି।

Advertisment

ଅଗଷ୍ଟ ୧୭ ତାରିଖରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ୬ଟି ଅଣ-ବିଜେପି ଶାସିତ ରାଜ୍ୟର ମନ୍ତ୍ରୀର ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମ୍ କୋର୍ଟ ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ମୟଳ ଘାଟକ, ଝାଡ଼ଖଣ୍ଡର ରାମେଶ୍ବର ଓରାନ୍, ରାଜସ୍ଥାନର ରଘୁ ଶର୍ମା, ଛତିଶଗଡ଼ର ଅମରଜିତ୍ ଭଗତ, ପଞ୍ଜାବର ବିଏସ୍ ସିଦ୍ଧୁ ଏବଂ ମହାରାଷ୍ଟ୍ରର ରବୀନ୍ଦ୍ର ସାୱନ୍ତ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୂଚନାଯୋଗ୍ୟ ଯେ, ୨ ଥର ଘୁଞ୍ଚିବା ପରେ ଗତ ସେପ୍ଟେମ୍ବର ୧ ତାରିଖରୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ଏହା ପୂର୍ବରୁ ୧୧ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ଏବଂ ଏନ୍ଇଇଟି ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଏହାକୁ ଖାରଜ କରିବା ସହ ପରୀକ୍ଷା କରାଇବା ପାଇଁ କେନ୍ଦ୍ରକୁ ଅନୁମତି ଦେଇଥିଲେ।

Advertisment
Advertisment
Advertisment