neet-exam
ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ JEE ମେନ୍ ଓ NEET UG 2020 ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ପାଇଁ ତାରିଖ ଘୁଞ୍ଚିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି ନ୍ୟାସ୍ନାଲ୍ ଟେଷ୍ଟ ଏଜେନ୍ସି (NTA) ।
ଏ ନେଇ ଶୁକ୍ରବାର ଏନ୍ଟିଏର ୱେବ୍ସାଇଟ୍ରେ ଏକ ନୋଟିସ୍ ଜାରି ହୋଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇ ମନେ ପରୀକ୍ଷା ହେବ ଓ NEET UG 2020 ସେପ୍ଟେମ୍ବର ୧୩ ତାରିଖରେ ହେବ ବୋଲି ନୋଟିସ୍ରେ କୁହାଯାଇଛି।
ଦେଶରେ କୋଭିଡ-୧୯ ପଜିଟିଭ୍ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ପୁଣିଥରେ ଜେଇଇ ଓ ନୀଟି ପରୀକ୍ଷା ଘୁଞ୍ଚିପାରେ ବୋଲି କୁହାଯାଉଥିଲା। ହେଲେ ଏବେ ତାରିଖ ଘୁଞ୍ଚିବ ନାହିଁ ବୋଲି ନୋଟିସ ଜାରି କରି ସ୍ପଷ୍ଟ କରିଛି ଏନ୍ଟିଏ।
ସୂଚନା ଥାଉକି, ଏହି ଦୁଇ ପରୀକ୍ଷା ତାରିଖକୁ ଘୁଞ୍ଚାଇବା ପାଇଁ ଦାବି ଜୋର୍ ଧରିଥିଲା। କୋଭିଡ-୧୯ କେଶ୍ ବଢ଼ୁଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ। ଏନେଇ ସୁପ୍ରିମକୋର୍ଟରେ ଏକି ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ଯାହାକୁ ଖାରଜ କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅତି ମୂଲ୍ୟବାନ ଯାହାକୁ ଏମିତି ନଷ୍ଟ କରାଯାଇପାରିବନି। ଜୀବନଯାତ୍ରାରେ ଏମିତି ଚାଲିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/neet-exam_1625404713.jpg)