opera
କୋଲକାତା: ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆରମ୍ଭ ହେବ। ଏନେଇ ଶନିବାର ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁଣିଥରେ ସାଧାରଣ ଧାରାକୁ ଫେରିଆସିବା ପାଇଁ ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ କେତେକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ମିଳିବ ବୋଲି ମମତା କହିଛନ୍ତି।
ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଭିତରେ ରହିଛି, ଯାତ୍ରା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ, ସିନେମା ଏବଂ ଶୋ ସମ୍ପର୍କିତ ମ୍ୟୁଜିକ, ଡାନ୍ସ ଏବଂ ମ୍ୟାଜିକ ଶୋ। ତେବେ ଏଥିରେ ମାତ୍ର ୫୦ ଜଣ କିମ୍ବା ତା ଠାରୁ କମ୍ ଉପସ୍ଥିତିକୁ ଅନୁମତି ମିଳିବ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମମତା ବାନାର୍ଜୀ। ତେବେ ଏଥିପାଇଁ କରୋନା ସମ୍ପର୍କିତ ସମସ୍ତ ନିୟମାବଳି ମାନିବାକୁ ପଡ଼ିବ। ପରସ୍ପର ଠାରୁ ଦୂରତା ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।
ସୂଚନା ଥାଉକି, ପଶ୍ଚିମବଙ୍ଗରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୭୨୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୧୮୧ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨, ୪୪,୨୪୦ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/opera_1625295063.jpg)