Advertisment

ଟ୍ୱିଟର କିଲର: ସୋସିଆଲ ମିଡିଆରେ ଫସାଇ ୯ ଜଣଙ୍କୁ ମାରିଦେଲା

ଟୋକିଓ : ଜାପାନର ଜଣେ ଯୁବକ ସୋସିଆଲ ମିଡିଆ ସାହାର୍ଯ୍ୟରେ ସମ୍ପର୍କ କରି ୯ ଜଣଙ୍କୁ ହତ୍ୟା କରିଛି । ବୁଧବାର ଦିନ ୨୯ ବର୍ଷିୟ ଏହି ଅଭିଯୁକ୍ତ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କ ନାମ ତାକାହିରୋ ଶିରାଇସି । ଏବେ ତାଙ୍କୁ ଲୋକେ ଟ୍ୱିଟର ଘାତକ ବୋଲି କହୁଛନ୍ତି । ଅଭିଯୋଗ ଅନୁସାରେ ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲେ। ଯେଉଁମାନେକି ଅନଲାଇନରେ ସେମାନଙ୍କ ଜୀବନ […]

ଟ୍ୱିଟର କିଲର: ସୋସିଆଲ ମିଡିଆରେ ଫସାଇ ୯ ଜଣଙ୍କୁ ମାରିଦେଲା

japan

Advertisment

ଟୋକିଓ : ଜାପାନର ଜଣେ ଯୁବକ ସୋସିଆଲ ମିଡିଆ ସାହାର୍ଯ୍ୟରେ ସମ୍ପର୍କ କରି ୯ ଜଣଙ୍କୁ ହତ୍ୟା କରିଛି । ବୁଧବାର ଦିନ ୨୯ ବର୍ଷିୟ ଏହି ଅଭିଯୁକ୍ତ କୋର୍ଟରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ତାଙ୍କ ନାମ ତାକାହିରୋ ଶିରାଇସି । ଏବେ ତାଙ୍କୁ ଲୋକେ ଟ୍ୱିଟର ଘାତକ ବୋଲି କହୁଛନ୍ତି ।

Advertisment

ଅଭିଯୋଗ ଅନୁସାରେ ଶିରାଇସି ଟ୍ୱିଟରରେ ୧୫ ରୁ ୨୬ ବର୍ଷ ବୟସର ଲୋକଙ୍କୁ ଖୋଜୁଥିଲେ। ଯେଉଁମାନେକି ଅନଲାଇନରେ ସେମାନଙ୍କ ଜୀବନ ହାରିବା ପାଇଁ ପୋଷ୍ଟ ଲେଖୁଥିଲେ। ଶିରାଇସି ତାଙ୍କ ନିକଟକୁ ଆସି ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଉଥିଲା ଏବଂ ତାଙ୍କ ସହ ଏକାସାଙ୍ଗରେ ମରିବାକୁ ପ୍ରତିଜ୍ଞା କରୁଥିଲା। କିନ୍ତୁ କଥା ଅନୁସାରେ ସେ ବ୍ୟକ୍ତିକୁ ମାରିସାରିବା ପରେ ନିଜେ ମରୁନଥିଲା ।

ଜାପାନର ଖବର ସରବରାହ ସଂସ୍ଥା ଏନ୍‌ଏଚ୍‌କେ କହିଛି ଯେ, ବ୍ୟକ୍ତିଙ୍କୁ ହତ୍ୟା କରିବା ଏବଂ ତାଙ୍କ ଶରୀରର ଅଂଶକୁ କୁଲରବକ୍ସରେ ରଖିବା ଅଭିଯୋଗରେ ଜେଲରେ ଥିବା ଶିରାଇସି ନଅ ଜଣଙ୍କୁ ହତ୍ୟା କରିଥିବା କୋର୍ଟରେ ସ୍ୱୀକାର କରିନାହାଁନ୍ତି, କିନ୍ତୁ କୋର୍ଟରେ ସେ କହିଛନ୍ତି, ହଁ ଠିକ ଅଛି। ହେଲେ ତାଙ୍କ ସମ୍ମତି କ୍ରମେ ସମସ୍ତ ପୀଡିତାଙ୍କୁ ହତ୍ୟା କରିଥିବାରୁ ତାଙ୍କ ବିରୋଧରେ ଦିଆଯାଇଥିବା ଅଭିଯୋଗ ହ୍ରାସ କରାଯିବା ଉଚିତ ବୋଲି ଶିରାଇସିଙ୍କ ଓକିଲ କୋର୍ଟରେ ଯୁକ୍ତି କରିଛନ୍ତି।

Advertisment

ତେବେ ଜାପାନର ଏକ ଦୈନିକ ଖବରକାଗଜ ମନୀଷୀ ଶିମ୍ୱୁନକୁ ଦେଇଥିବା ସାକ୍ଷାତକାରରେ ଶିରାଇସି ତାଙ୍କ ଓକିଲଙ୍କ ଯୁକ୍ତିକୁ ମିଥ୍ୟା ବୋଲି କହିଛନ୍ତି। ଏହା ସହ ସରକାରୀ ଓକିଲଙ୍କୁ କହିଛନ୍ତି ଯେ, ସେ ବିନା ଅନୁମତିରେ ଲୋକଙ୍କୁ ହତ୍ୟା କରିଛନ୍ତି। ଅଭିଯୁକ୍ତଙ୍କ ଘର ପଛରେ କୁଲର ଏବଂ ଟୁଲବାକ୍ସ ମିଳିଛି ଯେଉଁଥିରେ ନଅଟି କଙ୍କାଳ ରହିଛି ଏବଂ ସେଥିରେ ୨୪୦ଟି ହାଡ଼ର ଖଣ୍ଡ ମଧ୍ୟ ରହିଛି।

ତେବେ ଯଦି ଶିରାଇସି କୋର୍ଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଜାପାନର ଆଇନ ଅନୁଯାୟୀ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ