/odishatv-khabar/media/post_attachments/uploadimage/library/16_9/16_9_0/ial_1625552387.jpg)
ial
ଶ୍ରୀନଗର: ଜେଲରେ ପଶିଲା କରୋନା ଏବଂ ଏଥିରେ ୮୬ଜଣ କଏଦୀଙ୍କୁ କରୋନା ହୋଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଥିବା ଏକ ଜେଲରେ, ଯେଉଁଠାରେ କରୋନା ଭାଇରସ ଏଣ୍ଟ୍ରି କରିଛି। ଜେଲର ଅଧାରୁ ଅଧିକ କଏଦୀ କରୋନାରେ ଆକ୍ରାନ୍ତ ହୋଇଥିବା ଜେଲ୍ ଅଧୀକ୍ଷକ କହିଛନ୍ତି। ଜେଲ୍ ଅଧୀକ୍ଷକ କହିଛନ୍ତି, ଜେଲରେ ଉପସ୍ଥିତ ୧୯୦ଜଣ କଏଦୀଙ୍କ ମଧ୍ୟରୁ ୮୬ଜଣଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦେଖା ଦେଇଛି। ଅନ୍ୟ କଏଦୀଙ୍କୁ କିପରି ସଂକ୍ରମଣ ନହେବ, ଆମେ ସେଥିପାଇଁ ପ୍ରୟାସ ଚଳାଇଛୁ।
ଅଧୀକ୍ଷକ କହିଛନ୍ତି, "ପଜିଟିଭ୍ ଚିହ୍ନଟ ହୋଇଥିବା ୮୬ଜଣଙ୍କୁ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ଏଥିମଧ୍ୟରୁ ୪୮ ଜଣଙ୍କୁ ସ୍ଥାନୀୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ବାକି କଏଦୀଙ୍କୁ ଜେଲ୍ ପରିସର ଭିତରେ ଥିବା ଦୁଇଟି ଅଲଗା ଅଲଗା ବ୍ଲକରେ ରଖାଯାଇଛି। ସବୁ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ନିୟମିତ ଯାଞ୍ଚ କରୁଛନ୍ତି। ଆମେ ସେମାନଙ୍କୁ ସ୍ୱତନ୍ତ୍ର ଆହାର ମଧ୍ୟ ଯୋଗାଇ ଦେଉଛୁ।"
ଅଧୀକ୍ଷକ କହିଛନ୍ତି, ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଜିଲ୍ଲାର ଅଧିକାରୀ ସ୍ଥାନୀୟ ସଂସ୍ଥା ସହ ମିଶି ପୂରା ଜେଲ୍ ଭିତରେ ଏବଂ ବାହାରେ ସାନିଟାଇଜର୍ ସ୍ପ୍ରେ' କରିବା ସହ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଅନନ୍ତନାଗ ଜେଲ କାରାଗାରକୁ ଛାଡ଼ିଦେଲେ ଅନ୍ୟ କୌଣସି ଜେଲରେ କରୋନା ଭାଇରସର ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା ଜେଲ୍ ଅଧୀକ୍ଷକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)