Advertisment

ଅଯୋଧ୍ୟା ଜମି ପାଇଁ ‘ଶରିଆ ଆଇନ’ ଦେଖାଇଲା ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମ ଭୂମି ଏବଂ ବାବ୍ରି ମସଜିଦ୍‌ ବିବାଦ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବ ଏଆଇପିଏମ୍‌ଏଲବି। ମୌଲାନା ଅର୍ଶାଦ ମଦାନୀ କହିଛନ୍ତି ଯଦିଓ ସେମାନେ ଆଶା ହରାଇ ନାହାନ୍ତି, ରିଭ୍ୟୁପିଟିସନ୍‌ ଦାଖଲ କରିବେ। ଏଆଇପିଏମ୍‌ଏଲବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନେ କେନ୍ଦ୍ର ପକ୍ଷରୁ ଦିଆଯିବାକୁ ଥିବା ୫ ଏକର ଜମି ମଧ୍ୟ ଗ୍ରହଣ କରିବେ ନାହିଁ। ଏଆଇପିଏମ୍‌ଏଲବି ପକ୍ଷରୁ ଓକିଲ ରାଜୀବ ଧୱନ୍‌ ଏହି ମାମଲାର […]

author-image
Pradesh Pratyush
ଅଯୋଧ୍ୟା ଜମି ପାଇଁ ‘ଶରିଆ ଆଇନ’ ଦେଖାଇଲା ଏଆଇଏମ୍‌ପିଏଲ୍‌ବି

g

ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମ ଭୂମି ଏବଂ ବାବ୍ରି ମସଜିଦ୍‌ ବିବାଦ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବ ଏଆଇପିଏମ୍‌ଏଲବି। ମୌଲାନା ଅର୍ଶାଦ ମଦାନୀ କହିଛନ୍ତି ଯଦିଓ ସେମାନେ ଆଶା ହରାଇ ନାହାନ୍ତି, ରିଭ୍ୟୁପିଟିସନ୍‌ ଦାଖଲ କରିବେ। ଏଆଇପିଏମ୍‌ଏଲବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନେ କେନ୍ଦ୍ର ପକ୍ଷରୁ ଦିଆଯିବାକୁ ଥିବା ୫ ଏକର ଜମି ମଧ୍ୟ ଗ୍ରହଣ କରିବେ ନାହିଁ। ଏଆଇପିଏମ୍‌ଏଲବି ପକ୍ଷରୁ ଓକିଲ ରାଜୀବ ଧୱନ୍‌ ଏହି ମାମଲାର ପରିଚାଳନା କରିବେ।

Advertisment

ଏଆଇପିଏମ୍‌ଏଲବି ସମ୍ପାଦକ ଜଫରୟାବ୍‌ ଜିଲାନୀ ଏହି ବୋର୍ଡର ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଆମେ ୩୦ ଦିନ ମଧ୍ୟରେ ବା ଡିସେମ୍ବର ୯ ପୂର୍ବରୁ ରିଭ୍ୟୁ ଆବେଦନ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି, “ମସଜିଦ୍‌ର ଜମି ଆଲ୍ଲାଙ୍କର ଏବଂ ଶରିଆ ଆଇନ ଅନୁଯାୟୀ ଏହା ଆଉ କାହାକୁ ଦିଆଯାଇପାରିବନି।”

ଜିଲାନି ଆହୁରି ମଧ୍ୟ କହିଥିଲେ, “ମସଜିଦ୍‌ ପାଇଁ ଦିଆଯିବାକୁ ଥିବା ଅଯୋଧ୍ୟା ଜମିକୁ ଗ୍ରହଣ ନକରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନିଆଯାଇଛି। ବୋର୍ଡର ମତ ହେଉଛି ମସଜିଦ୍‌ ପାଇଁ ଅନ୍ୟ କିଛି ବିକଳ୍ପ ଠିକ୍‌ ନୁହେଁ।”

Advertisment

ଜାମିଅତ୍‌-ଉଲେମା-ଇ-ହିନ୍ଦ ପକ୍ଷରୁ ମଧ୍ୟ ରିଭ୍ୟୁ ପିଟିସନ୍‌ ଦାଖଲ କରାଯିବ ବୋଲି କୁହାଯାଇଛି। ମୁସଲିମ୍‌ ପକ୍ଷ ଚିନ୍ତା କରିଛନ୍ତି ସେମାନେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଆଯିବାକୁ ଥିବା ୫ ଏକର ବିକଳ୍ପ ଜମି ଗ୍ରହଣ କରିବେ ନାହିଁ। ଏହି ଜମି ମସଜିଦ୍‌ ନିର୍ମାଣ ପାଇଁ ଦିଆଯିବାର ଥିଲା। ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ବୈଠକ ପରେ ସେ କହିଛନ୍ତି, “ଯଦିଓ ଏହା ସତ ଯେ ଆମ ପିଟିସନ୍‌ ଶତପ୍ରତିଶତ ନାକଚ ହୋଇଯିବ ଆମେ ନିଶ୍ଚୟ ରିଭ୍ୟୁ ପିଟିସନ୍‌ ଦାଖଲ କରିବୁ। ଏହା ଆମ ଅଧିକାର।”

ଅଯୋଧ୍ୟା ରାୟ ପରେ ଆଜି ଏଆଇଏମ୍‌ପିଏଲ୍‌ବିର ଏକ ମାନସ ମନ୍ଥନ ବୈଠକ ହୋଇଥିଲା। ଏଥିରେ ବିଭିନ୍ନ ମୁସଲିମ୍‌ ପକ୍ଷ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବା ନେଇ ନିଷ୍ପତ୍ତି ହେବାର ଥିଲା। ବୋର୍ଡର ସେକ୍ରେଟାରୀ ତଥା ବରିଷ୍ଠ ଓକିଲ ଜଫରୟାବ୍‌ ଜିଲାନୀ କହିଛନ୍ତି, “ଆଜି ବିଭିନ୍ନ ପକ୍ଷ ଏଆଇଏମ୍‌ପିଏଲ୍‌ବିର ସାଧାରଣ ସମ୍ପାଦକ ମୌଲାନା ୱାଲି ରେହମାନ୍‌ଙ୍କୁ ଭେଟିବା ସହ ଅଯୋଧ୍ୟା ରାୟ ବାବଦରେ ଜଣାଇଛନ୍ତି।” ସେମାନେ କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ରାୟ ବୁଝିହେଉନି। ତେଣୁ ଏହାର ରିଭ୍ୟୁ ହେବାର ଆବଶ୍ୟକ ରହିଛି।

ମୌଲାନା ମଦାନି କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ରାୟ ପ୍ରମାଣି ଭିତ୍ତିକ ଏବଂ ସେ ତା’ର ସମ୍ମାନ କରନ୍ତି। କିନ୍ତୁ ବୁଝିବା ବାହାରେ ବୋଲି ସେ କହିଛନ୍ତି। ସେ କହିଛନ୍ତି କୋର୍ଟ ସ୍ୱୀକାର କରିଛନ୍ତି, ମସଜିଦ୍‌ରେ ମୂର୍ତ୍ତି ସ୍ଥାପନ କରିବା ଏବଂ ଏହାକୁ ଭାଙ୍ଗିବା ବେଆଇନ। କିନ୍ତୁ ଏଥିପାଇଁ ଯେଉଁମାନେ ଦାୟୀ ରାୟ ସେମାନଙ୍କ ସପକ୍ଷରେ ଗଲା। ସେ ଆହୁରି ମଧ୍ୟ କହିଛନ୍ତି, କୋର୍ଟ ସ୍ୱୀକାର କରିଛନ୍ତି ମନ୍ଦିର ଭଙ୍ଗାଯାଇ ମସଜିଦ୍‌ କରାଯାଇନି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୩ ତାରିଖରେ ବିଭିନ୍ନ ମୁସଲିମ୍‌ ବୁଦ୍ଧିଜୀବୀ, ଧର୍ମଗୁରୁ ଏବଂ ଧାର୍ମିକ ଅନୁଷ୍ଠାନ ବୈଠକ ନିଷ୍ପତ୍ତି ନେଇଥିଲେ ଯାହା ମଧ୍ୟ ରାୟ ଆସିବ ସମସ୍ତେ ସମର୍ଥନ ଏବଂ ସମ୍ମାନ ଦେବେ।

Advertisment
Advertisment