/odishatv-khabar/media/post_attachments/uploadimage/library/16_9/16_9_0/sdsdds_1626697407.jpg)
sdsdds
ନୂଆଦିଲ୍ଲୀ: ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ରଥ, ପଥ, ଭକ୍ତ ସମସ୍ତେ ଚାହିଁ ବସିଛନ୍ତି ତା’ର ଆସିବା ପଥକୁ । ହେଲେ ସେ କ’ଣ ପରଖୁ ଥିଲା କି ଭକ୍ତଙ୍କ ଭାବାବେଗକୁ ? ସେଥିପାଇଁ ଏତେ ହଟ ରଚାଇଥିଲା ? ଯାହା ବି ହେଉ, ଭକ୍ତଙ୍କ ଦୁଃଖକୁ ଆବେଗକୁ ଅନୁଭବ କରି ପାରିଛନ୍ତି ମନୁଆ ଠାକୁର । ତେଣୁ ନାଇଁ ନାଇଁ ଭିତରେ ଶେଷ ମୁହୂର୍ତ୍ତରେ ରଥଯାତ୍ରା ହେବ ବୋଲି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥ ଟଣା ହେବ। କିନ୍ତୁ ଆଜି ଏକାକାର ହୋଇପାରିବେନି ଭକ୍ତ-ଭଗବାନ । ଭଜନ ଓ କୀର୍ତ୍ତନରେ ବଡ଼ଦାଣ୍ଡରେ ଶୁଣିବାକୁ ମିଳିବନି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ସ୍ମୃତି ଇରାନୀ ମଧ୍ୟ ଟ୍ୱିଟ କରି ଲୋକଙ୍କୁ ରଥ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
भगवान जगन्नाथ की रथ यात्रा के पावन-पुनीत अवसर पर आप सभी को मेरी हार्दिक शुभकामनाएं। मेरी कामना है कि श्रद्धा और भक्ति से भरी यह यात्रा देशवासियों के जीवन में सुख, समृद्धि, सौभाग्य और आरोग्य लेकर आए। जय जगन्नाथ!
— Narendra Modi (@narendramodi) June 23, 2020
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି,“ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାର ଶୁଭ ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଶ୍ରଦ୍ଧା ଓ ଭକ୍ତିରେ ପରିପୂର୍ଣ୍ଣ ଏହି ଯାତ୍ରା ଦେଶବାସୀଙ୍କ ଜୀବନରେ ସୁଖ,ସମୃଦ୍ଧି,ସୌଭାଗ୍ୟ ଓ ସମସ୍ତଙ୍କର ଆରୋଗ୍ୟ କାମନା କରୁଛି ପ୍ରଭୁ ଜଗନ୍ନାଥଙ୍କ ନିକଟରେ। ‘ଜୟ ଜଗନ୍ନାଥ’’।
रथ यात्रा के पावन अवसर पर सभी देशवासियों, विशेष रूप से ओडिशा में प्रभु जगन्नाथ के श्रद्धालुओं को बधाई।
मैं कामना करता हूँ कि प्रभु जगन्नाथ की कृपा, कोविड-19 का सामना करने के लिये हमें साहस व संकल्प-शक्ति प्रदान करे और हमारे जीवन में स्वास्थ्य और आनंद का संचार करे।
— President of India (@rashtrapatibhvn) June 23, 2020
ଏଥି ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଲେଖିଛନ୍ତି ଯେ ରଥ ଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ଓଡିଶାର ଜଗନ୍ନାଥଙ୍କ ପ୍ରେମିଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ପ୍ରଭୁ ଜଗନ୍ନାଥଙ୍କ କୃପା କାମନା କରୁଛି, ଆମକୁ କୋଭିଡ -୧୯ର ସମ୍ମୁଖୀନ ହେବାକୁ ସାହସ ଏବଂ ସଂକଳ୍ପ ଶକ୍ତି ଦିଅନ୍ତୁ । ଏହାସହିତ ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଓ ଜୀବନରେ ସୁଖ ଆଣିଦିଅ’।
आज से भगवान जगन्नाथ जी की रथ यात्रा की शुरुआत हो रही है, भगवान जगन्नाथ जी की कृपा हम सभी पर सदैव बनी रहे।
— Arvind Kejriwal (@ArvindKejriwal) June 23, 2020
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରଥ ଯାତ୍ରାର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରଥ ଯାତ୍ରାର ଶୁଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
समस्त देशवासियों को महाप्रभु श्री जगन्नाथ जी की रथयात्रा की हार्दिक शुभकामनाएं।
भगवान जगन्नाथ जी की कृपादृष्टि हम सभी पर बनी रहे।
— Smriti Z Irani (@smritiirani) June 23, 2020
ସୂଚନାଅନୁଯାୟୀ, ପ୍ରତିବର୍ଷ ଆୟୋଜିତ ପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରାରେ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ଆସି ଏହି ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି। ତେବେ ଚଳିତ ବର୍ଷ କୋଭିଡ ୧୯ ଯୋଗୁ ବିନା ଭକ୍ତରେ ଏହି ଯାତ୍ରା ଶେଷ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)