/odishatv-khabar/media/post_attachments/uploadimage/library/16_9/16_9_0/itbp_1626693660.jpg)
itbp
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ କାର୍ଗିଲର ଦୁର୍ଗମ ଅଞ୍ଚଳର ଥିବା ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ଲଦାଖ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ଟ୍ରକ ଯୋଗେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଗୁଡିକୁ ପହଂଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଇଟିବିପି । ଲଦାଖ ପ୍ରଶାସନ ପକ୍ଷରୁ ଜୋଜିଲା ପାସ୍କୁ ଖୋଲି ଦିଆଯିଇଛି। ଫଳରେ ବରଫରେ ଆଚ୍ଛାଦିତ କାର୍ଗିଲ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଖାଦ୍ୟ ସାମଗ୍ରୀ ନେଉ ଯାଉଥିବା ଟ୍ରକ ଗୁଡିକୁ ଏସକର୍ଟ ଦେଉଛନ୍ତି ଆଇଟିବିପି ସୁରକ୍ଷା କର୍ମୀ । ଯାହାଫଳରେ ସେମାନେ ସୁରକ୍ଷିତ ଭାବେ ସାମଗ୍ରୀକୁ ନେଇ ଯାଇପାରିବେ।
ଲଦାଖ ପୋଲିସର ସହଯୋଗରେ ଲୋକଙ୍କୁ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ଆଇଟିବିପିର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଗତ ୨୦ ଦିନ ମଧ୍ୟରେ ପାଖାପାଖି ୮ଶହରୁ ଅଧିକ ଟ୍ରକ୍ ଓ ଟ୍ୟାଙ୍କରକୁ ଗନ୍ତବ୍ୟ ସ୍ଥଳରେ ଏସକର୍ଟ କରି ପହଞ୍ଚାଯାଇଛି । ଯାହାଫଳରେ ଶତାଧିକ ସ୍ଥାନୀୟଲୋକେ ଏହାର ସୁବିଧା ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)