/odishatv-khabar/media/post_attachments/uploadimage/library/16_9/16_9_0/icse_1626346575.jpg)
icse
ନୂଆଦିଲ୍ଲୀ: କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (CISCE) ପକ୍ଷରୁ ଦଶମ (ICSE) ଓ ଦ୍ୱାଦଶ (ISC) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଶୁକ୍ରବାର ଅପରାହ୍ଣ ୩ଟା ବେଳେ CISCE ନୋଟିଫିକେସନ୍ ଜାରି କରି ରେଜଲ୍ଟର ଘୋଷଣା କରିଛି। ଚଳିତ ଥର ICSEରେ ୯୯.୩୩ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ISCରେ ୯୬.୮୪ ପ୍ରତିଶତ ପାସ ହାର ହୋଇଛି। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି, ସେମାନେ ନିଜର ରେଜଲ୍ଟ କାଉନସିଲର ଅଫିସିଆଲ୍ ୱେବସାଇଟ୍ cisce.org ଓ results.cisce.orgରେ ଦେଖିପାରିବେ।
ଫଳାଫଳା ଅନୁଯାୟୀ, ଚଳିତବର୍ଷ ଆଇସିଏସ୍ଇର ମୋଟ ୨,୦୬,୫୨୫ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିଥିବା ବେଳେ ୧,୩୭୭ ଜଣ ଫେଲ ହୋଇଛନ୍ତି। ସେହିଭଳି ଆଇଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୫,୬୧୧ଜଣ ପାସ କରିଥିବା ବେଳେ ୨,୭୯୮ଜଣ ଫେଲ ହୋଇଛନ୍ତି। ତେବେ କୋଭିଡ୍-୧୯ ପରିସ୍ଥିତି ପାଇଁ ଚଳିତ ବର୍ଷ CISCE, ICSE କିମ୍ବା ISCର ମେରିଟ୍ ତାଲିକା ପ୍ରକାଶ କରାଯିବ ନାହିଁ ବୋଲି କାଉନସିଲ୍ ପକ୍ଷରୁ କୁହାଯାଇଛି।
କାଉନସିଲ୍ ଆଇସିଏସଇର ଦଶମ ଓ ଆଇଏସସିର ଦ୍ୱାଦଶ ପରୀକ୍ଷାର ବଳକା ପେପରକୁ ଅପ୍ସନାଲ୍ ଆସେସମେଣ୍ଟ ସ୍କିମ୍ ଆଧାରରେ ରେଜଲ୍ଟ ଜାରି କରିଛି, ଯାହା କୋଭିଡ୍-୧୯ ମହାମାରୀ ଯୋଗୁ ବାତିଲ୍ କରିଦିଆଯାଇଥିଲା। ଯେଉଁ ଛାତ୍ରମାନେ ନିଜ ନିଜର ଫଳାଫଳରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ରିଚେକିଂ ପାଇଁ ଆବେଦନ କରିପାରିବେ।
ରିଚେକିଂ ପାଇଁ ଛାତ୍ରମାନଙ୍କୁ ଜୁଲାଇ ୧୬ ତାରିଖ ସୁଦ୍ଧା ଆବେଦନ କରିପାରିବେ। କିନ୍ତୁ ରିଚେକିଂ କେବଳ ସେହି ବିଷୟ ପାଇଁ ଉଦିଷ୍ଟ ହେବ, ଯାହା ପାଇଁ ସେମାନେ ପରୀକ୍ଷା ଦେଇଥିଲେ। ଗତବର୍ଷ ଏହି ପରୀକ୍ଷାର ଫଳାଫଳ ମେ' ୭ ତାରିଖରେ ଜାରି କରାଯାଇଥିଲା, ଯେଉଁଥିରେ ଆଇସିଏସଇରେ ୯୮.୫୪ ପ୍ରତିଶତ ଓ ଦ୍ୱାଦଶରେ ୯୬.୫୨ ପ୍ରତିଶତ ପାସ୍ ହାର୍ ଥିଲା। କିନ୍ତୁ ଚଳିତ ବର୍ଷ କରୋନା ଭାଇରସ୍ ଯୋଗୁ ରେଜଲ୍ଟକୁ ଜୁଲାଇ ୧୦ ତାରିଖରେ ଜାରି କରିଛି।
ୱେବସାଇଟରୁ ଏମିତି ଜାଣିବେ ଆଇସିଏସଇ ଓ ଆଇଏସସି ଫଳାଫଳ
୧. ପ୍ରଥମେ CISCEର ଅଫିସିଆଲ୍ ୱେବସାଇ cisce.org ଓ results.cisce.orgକୁ ଯିବେ।
୨. ହୋମପେଜ୍ରେ ICSE ରେଜଲ୍ଟ ୨୦୨୦ କିମ୍ବା ISC ରେଜଲ୍ଟ ୨୦୨୦ ସିଲେକ୍ଟ କରିବେ।
୩. ଏହା ପରେ UID, index number ଏବଂ captcha କିମ୍ବା ଅନ୍ୟାନ୍ୟ ଡିଟେଲ୍ ଦେବେ।
୪. ଏହା ପରେ submit କିମ୍ବା show result କ୍ଲିକ୍ କରିବେ।
୫. ଏହା ପରେ ସ୍କ୍ରିନରେ ICSE ଦଶମ କିମ୍ବା ISC ଦ୍ୱାଦଶ ପରୀକ୍ଷାର ରେଜଲ୍ଟ ଆସିବ।
୬. ଏହା ପରେ ରେଜଲ୍ଟକୁ ଡାଉନଲୋଡ୍ କରିବେ ଏବଂ ଏହାର ପ୍ରିଣ୍ଟଆଉଟ୍ କାଢ଼ିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)