/odishatv-khabar/media/post_attachments/uploadimage/library/16_9/16_9_0/susidee_1626696889.jpg)
susidee
ଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ଦ୍ୱାରକା ଅଞ୍ଚଳରେ କରୋନା ସଂକ୍ରମଣକୁ ଭୟ କରି ଜଣେ ଆଇଆରଏସ୍ ଅଧିକାରୀ ଶିବରାଜ ସିଂହ ଏସିଡ୍ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶିବରାଜ ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।
ଖବର ଅନୁଯାୟୀ, ୫୬ ବର୍ଷୀୟ ଶିବରାଜଙ୍କର ଗତ ୩ଦିନ ତଳେ ନମୂନା ପରୀକ୍ଷା କରାଯାଇଥିଲା। କିନ୍ତୁ ତାଙ୍କର ରିପୋର୍ଟ ନିଗେଟିଭ୍ ଥିଲା। ଏହା ସତ୍ତ୍ୱେ ମଧ୍ୟ ଶିବରାଜ ଡରୁଥିଲେ। କାଳେ କରୋନା କାରଣରୁ ପିଲାମାନେ ଓ ପରିବାରର ଅନ୍ୟ ସଦସ୍ୟମାନେ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ସେ ଡରି ଏପରି ଚରମ ପଦକ୍ଷେପ ନେଇଥିଲେ। ତାଙ୍କ ଘରୁ ଏକ ସୁଇସାଇଟ୍ ନୋଟ୍ ଜବତ କରାଯାଇଥିଲା, ଯେଉଁଥିରେ ସେ କରୋନା ସନ୍ଦେହରେ ଆତ୍ମହତ୍ୟା କରୁଥିବା ଉଲ୍ଲେଖ ରହିଥିଲା।
ଘଟଣାକୁ ନେଇ ଦ୍ୱାରକା ଜିଲ୍ଲା ପୋଲିସ କହିଛନ୍ତି, ୨୦୦୬ ବ୍ୟାଚ୍ର ଆଇଆରଏସ୍ ଅଧିକାରୀ ଶିବରାଜ ସିଂହ ଦ୍ୱାରକାର ସେକ୍ଟର ୬ରେ ଥିବା ଆପାର୍ଟମେଣ୍ଟରେ ରହୁଥିଲେ। ସେ ଆରକେ ପୁରମ ଠାରେ ଥିବା ଆୟକର ବିଭାଗର କାର୍ଯ୍ୟଳୟରେ କାର୍ଯ୍ୟ କରୁଥିଲେ। ଗତକାଲି ସନ୍ଧ୍ୟାରେ ସେ ଘରୁ ବାହାରକୁ ଆସି ଆପାର୍ଟମେଣ୍ଟ ବାହାରେ ପାର୍କିଂ ହୋଇଥିବା କାରରେ ବସି ଏସିଡ୍ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଥିଲେ।
ସୁଇସାଇଡ୍ ନୋଟ୍ରେ ସେ ପିଲାମାନଙ୍କୁ ହଇରାଣ ନକରିବାକୁ କହିଛନ୍ତି। ଏହାସହିତ କାର୍ଯ୍ୟାଳୟକୁ ମଧ୍ୟ ହଇରାଣ ନକରିବା ପାଇଁ କହିଛନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)