Advertisment

କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ନିହତ

ନୂଆଦିଲ୍ଲୀ: ଇରାନ୍‌ର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍‌ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି। ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ  ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାରକିଛି ଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି। ତେଣୁ […]

କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ନିହତ

mulla-umar

Advertisment

ନୂଆଦିଲ୍ଲୀ: ଇରାନ୍‌ର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍‌ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି।

Advertisment

ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ  ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାରକିଛି ଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି। ତେଣୁ ଏହି ଘଟଣା ପଛରେ ଉଭୟ ଅଧିକାରୀଙ୍କ ହାତ ଥିବା କୁହାଯାଉଛି।

ଡନ୍‌ରେ ପ୍ରକାଶିତ ଏକ ଖବରରୁ ଜଣାଯାଇଛି, ଇରାନର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମୁଲ୍ଲା ଓମାରକୁ ବାଲୋଚିସ୍ତାନର କେଚ୍‌ ଜିଲ୍ଲା ତୁର୍ବତ ସହରରେ ଗୁଳିକରି ହତ୍ୟା କରାଯାଇଛି। ଏଥିସହିତ ତା’ର ଦୁଇ ପୁତ୍ରଙ୍କୁ ମଧ୍ୟ ହତ୍ୟା କରାଯାଇଛି। ମିଳିଥିବା ଖବର ଅନୁସାରେ, ପାଟ୍ରୋଲିଂ ସମୟରେ ପୋଲିସ ଏକ ଗାଡିକୁ ଅଟକାଇବାକୁ ସିଗ୍‌ନାଲ ଦେଇଥିଲା । ହେଲେ ଗାଡ଼ ଅଟକି ନ ଥିବାରୁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏହାପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ଏଥିରେ ମୁଲ୍ଲା ଓମାର ସହ ତାର ଦୁଇ ପୁଅ ନିହତ ହୋଇଥିଲେ।

Advertisment

ମୁଲ୍ଲା ଇରାନର ଅନେକ ଇରାନୀ ସେନା ଅଧିକାରୀଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିଲା। ମୁଲ୍ଲାର ଦୁଇ ପୁଅଙ୍କ ମୃତ ଦେହକୁ ଚିହ୍ନଟ କରାଯାଇଛି। ସେମାନଙ୍କ ନାମ ହସନ ଓ ହୁସେନ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ