Advertisment

ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ତେହରାନ: ଇରାନ ରାଜଧାନୀ ତେହରାନରେ ‘ଦ ଫାଦର ଅଫ ଇରାନିୟନ ବାମ୍‌ବ’ ଭାବେ ପରିଚିତ  ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ (Nuclear Scientist Mohsen Fakhrizadeh) ମୋହସିନ ଫଖରୀଜାଦେହଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଇରାନ୍‌ର ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି। କୁହାଯାଉଛି, ବିଦେଶ ମନ୍ତ୍ରଣାଳୟ ଏହି ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇରାନ ଏହାର ଉଚିତ୍ ଜବାବ ଦେବ ବୋଲି କୁହାଯାଇଛି। ସୂଚନାଥାଉ କି, ଫଖରୀଜାଦେହ ଇମାମ୍‌ […]

ଅଦ୍ୟତନ ହୋଇଛି
ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

scientist

Advertisment

ତେହରାନ: ଇରାନ ରାଜଧାନୀ ତେହରାନରେ ‘ଦ ଫାଦର ଅଫ ଇରାନିୟନ ବାମ୍‌ବ’ ଭାବେ ପରିଚିତ  ନ୍ୟୁକ୍ଲିୟର ସାଇଣ୍ଟିଷ୍ଟ (Nuclear Scientist Mohsen Fakhrizadeh) ମୋହସିନ ଫଖରୀଜାଦେହଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଇରାନ୍‌ର ବିଦେଶ ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇଛନ୍ତି। କୁହାଯାଉଛି, ବିଦେଶ ମନ୍ତ୍ରଣାଳୟ ଏହି ଘଟଣା ପାଇଁ ଇସ୍ରାଏଲକୁ ଦାୟୀ କରିଛି। ତେବେ ଇରାନ ଏହାର ଉଚିତ୍ ଜବାବ ଦେବ ବୋଲି କୁହାଯାଇଛି।

Advertisment

ସୂଚନାଥାଉ କି, ଫଖରୀଜାଦେହ ଇମାମ୍‌ ହୁସେନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ଏଥିସହିତ ସେ ଇରାନୀ ପ୍ରତରକ୍ଷା ମନ୍ତ୍ରାଳୟର ଜଣେ ସିନିୟର ସାଇଣ୍ଟିଷ୍ଟ ଥିଲେ।

ଇରାନ ବିଦେଶ ମନ୍ତ୍ରୀ ଅଭିଯୋଗ କରିଛନ୍ତି, ଦେଶର ପରମାଣୁ କାର୍ଯ୍ୟକ୍ରମ ସହ ଜଡିତ ଜଣେ ବୈଜ୍ଞାନିକଙ୍କୁ ହତ୍ୟା କରାଯିବା ପଛରେ ଇଜ୍ରାଏଲର ଭୂମିକା ରହିଛି । ବିଦେଶ ମନ୍ତ୍ରୀ ମୋହମ୍ମଦ ଜବାଦ ଜରୀଫ ଶୁକ୍ରବାର ଟୁଇଟ କରି ଏ ନେଇ  ବୟାନ ଦେଇଛନ୍ତି।  ଅନ୍ୟପକ୍ଷେ ଏ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ଇଜ୍ରାଏଲ ମନା କରିଛି।

Advertisment

କହିରଖିବୁ, ୨୦୧୦ରୁ ୨୦୧୨ ମଧ୍ୟରେ ଇସ୍ରାଏଲ ଶାସନରେ ଚାରିଜଣ ଇରାନ ବୈଜ୍ଞାନିକ ହତ୍ୟାର ଶିକାର ହୋଇଥିଲେ। ତେବେ ଓ୍ୱେଷ୍ଟର୍ଣ୍ଣ ଏଜେନ୍ସି ଅନୁଯାୟୀ ଆତଙ୍କବାଦ କାର୍ଯ୍ୟକଳାପ ସହ ଜଡ଼ିତ ଆତତାୟୀ ଓ ଇସ୍ରାଏଲ୍ ଏଜେଣ୍ଟ ମିଳିତ ଭାବରେ ଏହି ହତ୍ୟା ପଛରେ ଥାଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ