Advertisment

BCCIର ଘୋଷଣା-ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌

ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ମ୍ୟାଚ୍‌ ସବୁ ଖେଳାଯିବ ଚଳିତ ସିଜନର ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା ଆଉ ୩୧ଟି…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BCCIର ଘୋଷଣା-ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌

IPL

  • ୟୁଏଇରେ ଖେଳାଯିବ IPLର ଅବଶିଷ୍ଟ ମ୍ୟାଚ୍‌
  • ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ମ୍ୟାଚ୍‌ ସବୁ ଖେଳାଯିବ
  • ଚଳିତ ସିଜନର ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା
  • ଆଉ ୩୧ଟି ମ୍ୟାଚ୍‌ ଖେଳାଯିବା ବାକି ଥିଲା
Advertisment

ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟ୍ସ(UAE)ରେ IPL(Indian Premier League 2021)ର ଚଳିତ ସିଜନର ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ। ଏନେଇ Board of Control for Cricket in India (BCCI) ଆଜି ଏହି ଘୋଷଣା କରିଛି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଏହି ମ୍ୟାଚ୍‌ ସବୁ ଖେଳାଯିବ। ଭର୍ଚୁଆଲ୍‌ରେ ଆଜି ହୋଇଥିବା BCCIର ସ୍ପେଶାଲ ଜେନେରାଲ୍ ମିଟିଂ(SGM)ରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ସିଜନର ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା। ଏହି ସମୟରେ ଟୁର୍ଣ୍ଣାମେଣ୍ଟର ଆଉ ୩୧ଟି ମ୍ୟାଚ୍‌ ଖେଳାଯିବା ବାକି ଥିଲା। ତେବେ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍‌ ଗୁଡିକର ଆୟୋଜନ ଲାଗି UAE ବୋର୍ଡ ରାଜି ହୋଇଛି। ୨୦୨୦ରେ ମଧ୍ୟ କରୋନା ଯୋଗୁ ୟୁଏଇରେ  ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ସେହି ସମୟରେ ମଧ୍ୟ ଭାରତରେ କରୋନା ସଂକ୍ରମଣ ମାମଲା ଖୁବ୍‌ ଅଧିକ ରହିଥିଲା ।

Advertisment

ଏହା ପୂର୍ବରୁ ସ୍ପୋର୍ଟସ୍ ଟୁଡେ ଦାବି କରିଥିଲା ଯେ, ଆଇପିଏଲ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର ୧୯ କିମ୍ବା ୨୦ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ ଏହାର ଫାଇନାଲ ମ୍ୟାଚ୍‌ ୧୦ ଅକ୍ଟୋବରରେ ୟୁଏଇରେ ହିଁ ଖେଳାଯିବ ବୋଲି ସ୍ଥିର ହୋଇସାରିଛି ।

ଅନ୍ୟପକ୍ଷେ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳିମାନେ ଆଇପିଏଲରେ ଅଂଶଗ୍ରହଣ କରିବାର ସମ୍ଭାବନା ଖୁବ୍ କମ ରହିଛି । ଇଂଲଣ୍ଡ କ୍ରିକେଟ୍ ଦଳର ପରିଚାଳନା ନିର୍ଦ୍ଦେଶକ ଆସ୍ଲେ ଗିଲ୍ସ ସ୍ପଷ୍ଟ କରିଛନ୍ତି ଯେ, ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ରେ ଗୁଡ଼ିକରେ ଇଂଲଣ୍ଡର କୌଣସି ଖେଳାଳି ଖେଳିପାରିବେ ନାହିଁ।

Advertisment
Advertisment