/odishatv-khabar/media/post_attachments/uploadimage/library/16_9/16_9_0/president-1_1626686789.jpg)
president
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ବିଧାନସଭା ପରିସରକୁ ପ୍ରବେଶ କରୁଥିବାବେଳେ ତାଙ୍କ ପାଇଁ ଫାଟକ ବନ୍ଦ କରାଯାଇଥିଲା । ରାଜ୍ୟପାଳ ଓ ଅନ୍ୟ ଭିଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ ବନ୍ଦ ରହିଥିବାରୁ ସେ ଅନ୍ୟ ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ।
Advertisment
ଫାଟକ ବନ୍ଦ ରହିଥିବାରୁ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଫାଟକ ବନ୍ଦକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ବିଧାନସଭାର ସଚିବାଳୟ ବର୍ଷ ସାରା ଖୋଲା ରହିବା କଥା ବୋଲି ସେ କହିଛନ୍ତି। ବିଧାନସଭା ଅଧିବେଶନ ବନ୍ଦ ବେଳେ ଏହା ବନ୍ଦ ହେବା କଥା ନୁହେଁ ବୋଲି ରାଜ୍ୟପାଳ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)