sheep
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ୍ର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହି ସମୟରେ କେତେକ ଭାରତୀୟ ବିଦେଶରେ ଫସି ରହିଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ମାଲଦ୍ୱୀପରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଇଏନ୍ଏସ୍(INS)ଜାହାଜ ଗୁରୁବାର ଦିନ ସେଠାରେ ପହଞ୍ଚିଥିଲା। ଏହାପରେ ଏହି ନୌସେନା ଜାହାଜ ରବିବାର ସକାଳେ କୋଚି ବନ୍ଦରରେ ପହଞ୍ଚିଥିଲା। ଏହି ଜାହାଜ ଦ୍ୱାରା ୬୯୮ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୧୯ ଜଣ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି।
ଗତ ଶୁକ୍ରବାର ଦିନ ଏକ ବିବୃତ୍ତିରେ ଭାରତୀୟ ନୌସେନା କହିଛି ଯେ INS ଜାହାଜ ଭାରତୀୟ ନୌସେନା ଦ୍ୱାରା ବିଦେଶୀ ଉପକୂଳରୁ ସାଧାରଣ ନାଗରିକଙ୍କୁ ଘରକୁ ଆଣିବା ପାଇଁ ଆରମ୍ଭ ହୋଇଥିବା ମିଶନର ଏକ ଅଂଶ। ଏହି ରିସୋର୍ଟରେ କାର୍ଯ୍ୟ କରୁଥିବା ପାଲକ୍କଡର ପ୍ରଦିପ କହିଛନ୍ତି ଯେ ଏହା ଏକ ବଡ଼ କଥା ଯେ ହାଇ କମିଶନ ଆମ ପାଇଁ ଏହି ବ୍ୟବସ୍ଥା କରିଥିବା ଯୋଗୁ ଆମର ଏପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ। ଆମେ ସଠିକ୍ ନିର୍ଦ୍ଦେଶାବଳୀ ସହିତ ସମସ୍ତ ଜିନିଷ ପାଇଲୁ, ସମସ୍ତ ବ୍ୟବସ୍ଥା ହାଇ କମିଶନଙ୍କ ଦ୍ୱାରା କରାଯାଇଛି।
ସୂଚନାଯୋଗ୍ୟ ଯେ INS ଜାହାଜରେ ରିଲିଫ୍ ସାମଗ୍ରୀର ସମ୍ପୂର୍ଣ୍ଣ ବ୍ୟବସ୍ଥା, କୋଭିଡ୍ -୧୯ ସୁରକ୍ଷା ଉପକରଣ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଜାହାଜରେ ଡାକ୍ତରୀଟିମ୍ ଏବଂ ପ୍ରଶାସନିକ ସହାୟତା କର୍ମଚାରୀମାନେ ମଧ୍ୟ ସହାୟତା ପାଇଁ ଉପସ୍ଥିତ ଥିଲେ। କରୋନା ଭାଇରସ୍ ମହାମାରୀ ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ୍ ନାମକ ସର୍ବ ବୃହତ ଅଭିଯାନ ଆରମ୍ଭ କରିଛି।
ଭାରତ ସରକାର ସୋମବାର ଦିନ ନାଗରିକମାନଙ୍କୁ ଆସନ୍ତା ୭ ତାରିଖରୁ ପର୍ଯ୍ୟାୟକ୍ରମେ ବିଦେଶରୁ ଫେରାଇ ଅଣିବାକୁ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sheep_1626693608.jpg)