Advertisment

ବିଦେଶରୁ ଅକ୍ସିଜେନ୍ ଓ ମେଡିକାଲ ଉପକରଣ ନେଇ ଆସିଲା ଆଇଏନ୍ଏସ୍ ଐରାବତ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବିଦେଶରୁ ଅକ୍ସିଜେନ୍ ଓ ମେଡିକାଲ ଉପକରଣ  ନେଇ ଆସିଲା  ଆଇଏନ୍ଏସ୍ ଐରାବତ

airabata ins

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ ଶକ୍ତି ଏକଜୁଟ ହୋଇଛନ୍ତି।

Advertisment

କେବଳ ଦେଶ ସୁରକ୍ଷା ନୁହେଁ, ଦେଶର ପ୍ରତିଟି ମଣିଷକୁ କରୋନା ମହାମାରୀରୁ ବଞ୍ଚାଇବା ଲାଗି ଭାରତୀୟ ନୌସେନା ଲାଗିପଡ଼ିଛି।ସମୁଦ୍ର ସେତୁ ଅଭିଯାନ ଜରିଆରେ ବିଦେଶରୁ ଅକ୍ସିଜେନ୍ ଓ ମେଡିକାଲ ଉପକରଣ ଆଣୁଛି ନୌସେନା।  ଭାରତୀୟ ନୌସେନାର ଟ୍ୟାଙ୍କର ପରିବହନକାରୀ ଜାହାଜ ଆଇଏନ୍ଏସ୍ ଐରାବତ ମେଡିକାଲ ଉପକରଣ ଆଣି ବିଶାଖାପାଟଣାରେ ପହଞ୍ଚିଛି ।

ସିଙ୍ଗାପୁରରୁ ମେ ୫ରୁ ବାହାରିଥିବା ଏହି ଜାହାଜରେ ୮ଟି କ୍ରାୟୋଜେନିକ ଖାଲି ଥିବା ଅକ୍ସିଜେନ୍ ଟ୍ୟାଙ୍କ, ୩୧୫୦ଟି ଖାଲିଥିବା ଅକ୍ସିଜେନ୍ ସିଲିଣ୍ଡର, ୫୦୦ଟି ଅକ୍ସିଜେନ୍ ଭର୍ତ୍ତି ଥିବା ସିଲିଣ୍ଡର, ୭ଟି ଅକ୍ସିଜେନ୍ କନସେନଟ୍ରେଟର, ୧୦ ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଓ ୪୫୦ ପିପିଇ କିଟ୍ ଆସିଛି ।  ଏହା ପୂର୍ବରୁ ଭାରତୀୟ ବାୟୁସେନାର ବିମାନ ଆଇଏଲ୍-୭୬ରେ ୩ଟି କ୍ରାୟୋଜେନିକ ଅକ୍ସିଜେନ୍ କଣ୍ଟେନର ଆସିଥିଲା । କୋଭିଡ୍ ମୁକାବିଲାରେ ନୌସେନାର ୯ଟି ଯୁଦ୍ଧ ଜାହାଜ ମୁତୟନ ହୋଇଛି ।

Advertisment

ସୂଚନା ଥାଉ କି, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୩ ହଜାର ୮ ଶହ ୭୬ ଜଣ । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୯ ହଜାର ୯ ଶହ ୯୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଆକ୍ଟିଭ କେସ୍ ୩୭ ଲକ୍ଷ ୧୫ ହଜାର ୨ ଶହ ୨୧ ଥିବାବେଳେ ଏ ଯାଏ ସୁସ୍ଥ ହେଲେଣି ୧ କୋଟି ୯୦ ଲକ୍ଷ ୨୭ ହଜାର ୩୦୪ ଜଣ ।

Advertisment
Advertisment