Advertisment

'ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ'

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ଭାକସିନ ପ୍ରସ୍ତୁତ କରିବା ସହ ବିଶ୍ୱରେ ଭାକସିନ ଚାହିଦା ପୂରଣ କରିବାରେ ବି ଭାରତ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାକସିନ ପ୍ରସ୍ତୁତ କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଭାକସିନ ଥରେ ପ୍ରସ୍ତୁତ ହୋଇଗଲେ, ଭାରତ ସାରା ବିଶ୍ୱର ଚାହିଦା ମେଣ୍ଟାଇବା ଲାଗି ପ୍ରସ୍ତୁତ କରିବାରେ ସକ୍ଷମ ହେବ ବୋଲି ଗୁରୁବାର ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ-୨୦୨୦’ ର ଉଦଘାଟନୀ […]

author-image
Ranjeet Kumar Jena
'ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ'

modi

ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ଭାକସିନ ପ୍ରସ୍ତୁତ କରିବା ସହ ବିଶ୍ୱରେ ଭାକସିନ ଚାହିଦା ପୂରଣ କରିବାରେ ବି ଭାରତ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାକସିନ ପ୍ରସ୍ତୁତ କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଭାକସିନ ଥରେ ପ୍ରସ୍ତୁତ ହୋଇଗଲେ, ଭାରତ ସାରା ବିଶ୍ୱର ଚାହିଦା ମେଣ୍ଟାଇବା ଲାଗି ପ୍ରସ୍ତୁତ କରିବାରେ ସକ୍ଷମ ହେବ ବୋଲି ଗୁରୁବାର ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ-୨୦୨୦’ ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି ମୋଦି କହିଛନ୍ତି।

Advertisment

https://twitter.com/PMOIndia/status/1281141120961875970?s=20

ସେପଟେ ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ 'କୋଭାକ୍ସିନ'ର ଲୋକାର୍ପଣ କରିବା ଲାଗି ଭାରତ ବାୟୋଟେକ୍ ପ୍ରସ୍ତୁତି ଜାରି ରଖିଛି। ଏନ୍ଆଇଭି, ଆଇସିଏମ୍ଆରର ସହଯୋଗରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ 'କୋଭାକ୍ସିନ' ଏବେ ହ୍ୟୁମାନ୍ ଟ୍ରାଏଲ ସ୍ତରରେ ପହଞ୍ଚିଛି। ଦୁଇଟି ପର୍ଯ୍ୟାୟରେ ୧୧୦୦ ଜଣଙ୍କଠାରେ ହ୍ୟୁମାନ୍ ଟ୍ରାଏଲ କରାଯିବାକୁ ଯୋଜନା ହୋଇଛି।

ହ୍ୟୁମାନ୍ ଟ୍ରାଏଲ ପୂର୍ବରୁ ହୋଇଥିବା ପରୀକ୍ଷଣରେ ଏହା ନିରାପଦ ଥିବା ଜଣାପଡ଼ିଛି। ସେପଟେ ଏତେଶୀଘ୍ର ହ୍ୟୁମାନ୍ ଟ୍ରାଏଲ କରିବା ଉପରେ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ଦେଶର ୧୨ଟି ହସ୍ପିଟାଲରେ ରୋଗୀଙ୍କଠାରେ ଏହାର ପ୍ରୟୋଗ କରିବାକୁ ସଂପୃକ୍ତ ସଂସ୍ଥାକୁ ଚିଠି ଲେଖିଛନ୍ତି ଆଇସିଏମ୍ଆରର ଡିଜି ବଳରାମ ଭାର୍ଗବ। ଏହାସହ ଅଗଷ୍ଟ ୧୫ ତାରିଖରେ ଭାକସିନର ଲୋକାର୍ପଣ କରିବା ଲାଗି ଯୋଜନା ହୋଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।

Advertisment
Advertisment
Advertisment