Advertisment

ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର: ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କାରବାର ବନ୍ଦ। ବେପାର ବଣିଜ ମାନ୍ଦା। ଦେଶ ଅର୍ଥନୀତିରେ ଏକପ୍ରକାର ମାନ୍ଦାବସ୍ତା ଆସି ଯାଇଛି।   ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ରହିଛି ।  ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ସୁଦ୍ଧା ପାଞ୍ଚ ଶହ ବିଲିଅନ ବା ଅଧ ଟ୍ରିଲିଅନ ଡଲାର ପାର୍ କରିଛି । ଜୁନ୍ ୫ରେ ସମାପ୍ତ ହୋଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୮.୨୨ ବିଲିୟନ ଡଲାରର ବୃଦ୍ଧି ଘଟିଛି। ଏଥିସହ ଦେଶର ବିଦେଶୀ ମୁଦ୍ରାଭଣ୍ଡାର […]

 ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର: ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି

forex

Advertisment

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ କାରବାର ବନ୍ଦ। ବେପାର ବଣିଜ ମାନ୍ଦା। ଦେଶ ଅର୍ଥନୀତିରେ ଏକପ୍ରକାର ମାନ୍ଦାବସ୍ତା ଆସି ଯାଇଛି।   ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର ରହିଛି ।  ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୫ ଜୁନ୍ ସୁଦ୍ଧା ପାଞ୍ଚ ଶହ ବିଲିଅନ ବା ଅଧ ଟ୍ରିଲିଅନ ଡଲାର ପାର୍ କରିଛି ।

Advertisment

ଜୁନ୍ ୫ରେ ସମାପ୍ତ ହୋଇଥିବା ଗୋଟିଏ ସପ୍ତାହ ମଧ୍ୟରେ ୮.୨୨ ବିଲିୟନ ଡଲାରର ବୃଦ୍ଧି ଘଟିଛି। ଏଥିସହ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ୫୦୧.୭୦୩ ବିଲିୟନ ଡଲାରରେ ପହଞ୍ଚିଛି । ଏହାପରେ ବର୍ତ୍ତମାନ ଭାରତ ପାଖରେ ସବୁଠାରୁ ଅଧିକ ବିଦେଶୀ ମୁଦ୍ରା  ରହିଛି। ସୂଚନାଥାଉ କି, ମେ’ ୨୯ ସପ୍ତାହ ଶେଷରେ ଏହାର ପରିମାଣ ଥିଲା ୪୯୩.୪୮୦ ବିଲିଅନ ଡଲାର

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସୂଚନା ଅନୁସାରେ, ବିଦେଶୀ ମୁଦ୍ରା ଭଣ୍ଡାର  ୫ଶହ ବିଲିୟନ ଆମେରିକୀୟ ଡଲାର ପାର୍ କରିଛି ।ଅନ୍ତରାଷ୍ଟ୍ରୀୟ କାରବାର ପାଇଁ ବିଦେଶୀ ମୁଦ୍ରାର ଆବଶ୍ୟକତା ରହିଥାଏ । ବିଶେଷ କରି ଭାରତ ଅଧିକ ମାତ୍ରାରେ ଅଶୋଧିତ ତୈଳ ଆମଦାନୀ କରିଥାଏଅ। ଏହାର ଦେଣନେଣ ପାଇଁ ଆମେରିକୀୟ ଡଲାର ବ୍ୟବହାର କରାଯାଇଥାଏ ।

Advertisment

ସୂଚନାଥାଉ କି,  ଯେଉଁ ଦେଶ ପାଖରେ ଯେତେ ବିଦେଶୀ ମୁଦ୍ରା ମହଜୁଦ ଥାଏ, ସେହି ଦେଶ ସେତେ ଅଧିକା ବିଦେଶୀ ବସ୍ତୁ ଓ ସାମଗ୍ରୀର ଆମଦାନୀ କରିବାର କ୍ଷମତା ରଖିଥାଏ ।

RBI Economy Indian Economy Indian Forex Reserves
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ