coronavirus
ନୂଆଦିଲ୍ଲୀ: ଦେଶରେ କରୋନା ସୁସ୍ଥ ସଂଖ୍ୟାରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ୬୦ ଲକ୍ଷରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦେଶରେ ୭୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆମେରିକାର ଏହାର ସଂଖ୍ୟା ୭୬ ଲକ୍ଷ ରହିଛି।
ଗତ ୨୪ ଘଣ୍ଟାରେ ୭୪,୩୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦,୫୩,୮୦୬ରେ ପହଞ୍ଚିଛି। ସେହିଭଳି ଦିନକରେ ଭାରତରେ ୯୧୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଫଳରେ ଦେଶର ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୦୮,୩୩୪ରେ ପହଞ୍ଚିଛି।
ଗତ ୨୪ ଘଣ୍ଟା ଭିତରେ ୮୯,୧୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ କରୋନା ସୁସ୍ଥ ସଂଖ୍ୟା ୬୦,୭୭,୯୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଲଗାତର ତୃତୀୟ ଥର ପାଇଁ କରୋନା ଆକ୍ଟିଭ୍ କେଶ୍ ୯ ଲକ୍ଷ ଟପିପାରି ନାହିଁ। ଏବେବି ଦେଶରେ ୮,୬୭,୩୩୪ ଆକ୍ଟିଭ୍ ମାମଲା ରହିଛି।
ଦେଶରେ ସୁସ୍ଥ ହାର ୮୬.୧୬ ପ୍ରତିଶତରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ହାର ୬.୮୯ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି। ତେବେ ଦେଶରେ ଏପର୍ଯ୍ୟନ୍ତ ୮,୬୮,୭୭,୭୪୨ ସାମ୍ପଲ ଟେଷ୍ଟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-3_1625240808.jpg)