/odishatv-khabar/media/post_attachments/uploadimage/library/16_9/16_9_0/testing_1626346483.jpg)
testing
ମୁମ୍ବାଇ: ମହାରାଷ୍ଟ୍ରର ପୁନେ ସହରର ଏକ କମ୍ପାନୀ ଭାରତର ପ୍ରଥମ ଅଟୋମେଟିକ୍ କରୋନା ଟେଷ୍ଟିଂ ସିଷ୍ଟମ୍ ଲଞ୍ଚ୍ କରିଛି। ମାଇଁଲ୍ୟାବ୍ ଡିକ୍ସଭରୀ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଆଣ୍ଡ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଟେଷ୍ଟିଂ ଉପକରଣରେ ଦିନକରେ ୪୦୦ରୁ ଅଧିକ ଟେଷ୍ଟ କରାଯାଇପାରିବ ବୋଲି ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି।
https://twitter.com/ANI/status/1280496477941518339?s=20
ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ପୁନାୱାଲା ଆହୁରି କହିଛନ୍ତି, ଏହାକୁ ଅପରେଟ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କର ଆବଶ୍ୟକ ହେବ। ଏହା ଜରିଆରେ ଆମେ କରୋନା ଭଳି ସଙ୍କଟ ସମୟରେ ମଣିଷର ମଧ୍ୟ କମ୍ ବ୍ୟବହାର କରିପାରିବୁ। ଏହାସହ ଦେଶରେ କରୋନାର ଟେଷ୍ଟିଂ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବ। ସେହିପରି ମାଇଁଲ୍ୟାବ୍ ଡିକ୍ସଭରୀ ସଲ୍ୟୁସନ୍ସ ପକ୍ଷରୁ କୁହାଯାଇଛି, ଏବେ କୋଭିଡ୍-୧୯ର ଟେଷ୍ଟିଂ ଲ୍ୟାବ୍ ଖୋଲିବା ଅଧିକ ସହଜ ହୋଇଯିବ।
ଉନ୍ମୋଚନ ସମୟରେ ପୁନାୱାଲା ଆହୁରି କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଭାଇରସର ଭ୍ୟାକସିନ୍ ବାହାରିବାର ସମ୍ଭାବନା ରହିଛି। ବର୍ତ୍ତମାନରେ ଭାରତରେ କ୍ଷମତାଠାରୁ କମ୍ ଟେଷ୍ଟିଂ କରାଯାଉଛି। ଭାରତ ପାଖରେ ବଡ଼ ସ୍ତରର ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିବାର କ୍ଷମତା ରହିଛି। ଆମ ପାଖରେ ବଡ଼ ସଂଖ୍ୟକ ଟେଷ୍ଟିଂ କିଟ୍ ନିର୍ମାଣ କରିବାର କ୍ଷମତା ରହିଛି, କିନ୍ତୁ ବଡ଼ ସମସ୍ୟା ହେଉଛି ଯେ ଆମେ ଏହାକୁ କେଉଁଠାରେ ବିକିବୁ?
https://twitter.com/adarpoonawalla/status/1280427416666509312?s=20
ପୁନାୱାଲା ଆହୁରି କହିଛନ୍ତି, ବର୍ତ୍ତମାନ ସରକାର ଓ ବେସରକାରୀ ଲ୍ୟାବ୍ ଲୋକଙ୍କୁ ଅଧିକ ଟେଷ୍ଟିଂ କରାଇବା ପାଇଁ ଆଦୌ ପ୍ରୋତ୍ସାହନ କରୁନାହାନ୍ତି। ଏହା ବଦଳରେ ବର୍ତ୍ତମାନ ଟେଷ୍ଟିଂ ସ୍ପୀଡ୍ କିପରି ଅଧିକ କରାଯିବ, ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ସୂଚନାଯୋଗ୍ୟ, ସାରା ବିଶ୍ୱର ବିଶେଷଜ୍ଞ କରୋନାଭାଇରସର ପ୍ରକୋପକୁ ରୋକିବା ପାଇଁ ଟେଷ୍ଟିଂ ଓ ଆସୋଲେସନକୁ ଅଧିକ ମହତ୍ତ୍ୱ ଦେଇଆସୁଛନ୍ତି। ଭାରତରେ ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନ୍ ପରେ ଆଇସୋଲେସନର ପ୍ରକ୍ରିୟାକୁ ତ ଅନୁସରଣ କରାଯାଇଛି, କିନ୍ତୁ ଏବେବି ଟେଷ୍ଟିଂର ସ୍ପୀଡ୍ କମ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)