/odishatv-khabar/media/post_attachments/uploadimage/library/16_9/16_9_0/indo-america_1625539653.jpg)
indo-america
ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ। ଆଣ୍ଡାମାନ ଓ ନିକବର ଦୀପପୁଞ୍ଜ ନିକଟରେ ଏହି ସମରାଭ୍ୟାସ କରାଯାଇଛି। ଏଥିରେ ଆମେରିକାର ବିରାଟକାୟ ଯୁଦ୍ଧ ପୋତ USS ନିମିଜ୍ ଭାଗ ନେଇଥିଲା।
ଗତକାଲି ପରମାଣୁ ଶକ୍ତି ଚାଳିତ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତମ ଯୁଦ୍ଧ ପୋତ USS ରୋନାଲ୍ଡ ରେଗାନ ସହ ମାଲ୍ଲାକା ଉପସାଗର ଅତିକ୍ରମ କରି ଭାରତ ମହାସାଗରରେ ପ୍ରବେଶ କରିଥିଲା। ଏଥିରେ ଭାରତର ଡେଷ୍ଟ୍ରୟର କ୍ଲାସ ଯୁଦ୍ଧ ଜାହାଜ ସମେତ ଫ୍ରିଗେଟ, ବୁଡା ଜାହାଜ ଓ ପଇଁତରା ମାରିବା ଲାଗି ଉଦ୍ଦିଷ୍ଟ ବିମାନ ଭାଗ ନେଇଛନ୍ତି।
ଇଷ୍ଟର୍ଣ୍ଣ ନାଭାଲ ଫ୍ଲିଟ୍ ମୁଖ୍ୟ ରିଅର ଆଡମିରାଲ ସଞ୍ଜୟ ବାତ୍ସାୟନଙ୍କ ନେତୃତ୍ୱରେ ଏହି ନୌ ସମାରାଭ୍ୟାସ କରାଯାଇଛି। ବିରାଟକାୟ ଯୁଦ୍ଧପୋତ USS ନିମିଜ୍ ଏକ ଭାସମାନ ସହର ସଦୃଶ ସମସ୍ତ ପ୍ରକାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ଏହି ଯୁଦ୍ଧ ଜାହାଜର ଶତ୍ରୁପକ୍ଷରୁ ଯେକୌଣସି ଆକ୍ରମଣର ସାମ୍ନା କରିବାକୁ ପ୍ରସ୍ତୁତ।
ଏକ ଲକ୍ଷ ଟନ୍ ଓଜନ ବିଶିଷ୍ଟ ଏହି ଯୁଦ୍ଧ ଜାହାଜ ଉପରେ ୭୦ରୁ ୮୦ଟି ଫାଇଟର ଜେଟ୍ ଅବତରଣ କରିପାରିବ। ଦକ୍ଷିଣ ଚୀନ୍ ସାଗରରେ ଚୀନର ବଡ଼ ଭାଇ ପଣିଆକୁ ଚ୍ୟାଲେଞ୍ଜ ଦେବାକୁ ଆମେରିକା ନିଜର ଦୁଇ ଯୁଦ୍ଧ ପୋତକୁ ପଠାଇଥଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)