Advertisment

ଫେଷ୍ଟିଭ୍‌ ସିଜନରେ ରେଳବାଇର ଉପହାର; ଅକ୍ଟୋବର ୨୦ରୁ ଚାଲିବ ୩୯୨ଟି ସ୍ପେଶାଲ୍‌ ଟ୍ରେନ୍

ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜନ୍‌ରେ ଚାଲିବ ୩୯୨ ଟି ସ୍ପେଶାଲ୍ ଟ୍ରେନ୍। ବଢ଼ୁଥିବା ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ୨୦ ଅକ୍ଟୋବର ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍‌ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ମାତ୍ର ୪୦ ଦିନ ପାଇଁ ଏହି ସ୍ପେଶାଲ୍ ଟ୍ରେନ୍‌ ସବୁ ଚାଲିବ। ଆଗକୁ ଦୁର୍ଗାପୂଜା, କାଳିପୂଜା ଓ ଛଟ୍‌ପୂଜା ଭଳି ପ୍ରସିଦ୍ଧ ପର୍ବ ଆସୁଥିବାରୁ ଏହି ସମୟରେ ଅଧିକ ଭିଡ଼ ଜମିବ। […]

ଅଦ୍ୟତନ ହୋଇଛି
ଫେଷ୍ଟିଭ୍‌ ସିଜନରେ ରେଳବାଇର ଉପହାର; ଅକ୍ଟୋବର ୨୦ରୁ ଚାଲିବ ୩୯୨ଟି ସ୍ପେଶାଲ୍‌ ଟ୍ରେନ୍

train

Advertisment

ନୂଆଦିଲ୍ଲୀ: ଫେଷ୍ଟିଭ୍ ସିଜନ୍‌ରେ ଚାଲିବ ୩୯୨ ଟି ସ୍ପେଶାଲ୍ ଟ୍ରେନ୍। ବଢ଼ୁଥିବା ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ମଙ୍ଗଳବାର ଭାରତୀୟ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ୨୦ ଅକ୍ଟୋବର ଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ଟ୍ରେନ୍‌ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ମାତ୍ର ୪୦ ଦିନ ପାଇଁ ଏହି ସ୍ପେଶାଲ୍ ଟ୍ରେନ୍‌ ସବୁ ଚାଲିବ।

Advertisment

ଆଗକୁ ଦୁର୍ଗାପୂଜା, କାଳିପୂଜା ଓ ଛଟ୍‌ପୂଜା ଭଳି ପ୍ରସିଦ୍ଧ ପର୍ବ ଆସୁଥିବାରୁ ଏହି ସମୟରେ ଅଧିକ ଭିଡ଼ ଜମିବ। ଆଗାମୀ ଦିନରେ କୋଲକାତା, ପାଟନା, ବନାରସ ଓ ଲକ୍ଷ୍ନୌରେ ସର୍ବାଧିକ ଯାତ୍ରୀ ଭିଡ଼ ଦେଖିବାକୁ ମିଳିବ। ଏଥିପାଇଁ ରେଳବାଇ ପକ୍ଷରୁ ୩୯୨ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ମିଳିଛି।

ତେବେ ଏହି ସ୍ପେଶାଲ୍ ଟ୍ରେନ୍‌ଗୁଡ଼ିକର ସମୟସାରଣୀ ଓ ଷ୍ଟପେଜ୍‌ ଆଦି ବିଷୟରେ ନିଷ୍ପତ୍ତି ନେବାକୁ ରେଳବାଇର ସମସ୍ତ ଜୋନ୍‌ଗୁଡ଼ିକୁ ଅଧିକାର ଦିଆଯାଇଛି। କରୋନା ସମୟ ବନ୍ଦ ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ବର୍ତ୍ତମାନ ୪୦୦ରୁ ଅଧିକ ସ୍ପେଶାଲ୍ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି।

Advertisment

ଭାରତୀୟ ରେଳବାଇ ଅଧିକାରୀଙ୍କ କହିବାନୁସାରେ, କେବଳ ୩୦ ନଭେମ୍ବର ପର୍ଯ୍ୟନ୍ତ ଏହି ଟ୍ରେନ୍‌ଗୁଡ଼ିକ ଚାଲିବାକୁ ଅନୁମତି ଦିଆଯାଇଛି। ଏହାପରେ ଟ୍ରେନ୍‌ଗୁଡ଼ିକୁ ପୁଣି ବନ୍ଦ କରିଦିଆଯିବ। ଏହି ସ୍ପେଶାଲ୍‌ ଟ୍ରେନ୍‌ଗୁଡ଼ିକର ଗତି ଘଣ୍ଟାପ୍ରତି ୫୦ କିମି ରହିବା ବେଳେ ଭଡ଼ା ସ୍ପେଶାଲ୍‌ ଟ୍ରେନ୍‌ର ଭଡ଼ା ଭଳି ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ