Advertisment

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

କାଠମାଣ୍ଡୁ: ସୀମା ବିବାଦ ପରେ ନେପାଳ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତୀୟ ଘରୋଇ ନ୍ୟୁଜ୍ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିବା ଏଏନଆଇ ଟ୍ୱିଟ୍‌ରୁ ଜଣାପଡ଼ିଛି। ଏଏନଆଇ ଟ୍ୱିଟ୍ କରିଛି ଯେ, ନେପାଳର କେବୁଲ୍ ଟିଭି ଅପରେଟରମାନେ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦେଇଛନ୍ତି। ତେବେ ନେପାଳ ସରକାର ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାନାମା ଜାରି ହୋଇନାହିଁ। Nepali Cable TV providers tell ANI, signals for Indian news […]

author-image
Ranjeet Kumar Jena
ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

nepal

କାଠମାଣ୍ଡୁ: ସୀମା ବିବାଦ ପରେ ନେପାଳ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତୀୟ ଘରୋଇ ନ୍ୟୁଜ୍ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିବା ଏଏନଆଇ ଟ୍ୱିଟ୍‌ରୁ ଜଣାପଡ଼ିଛି। ଏଏନଆଇ ଟ୍ୱିଟ୍ କରିଛି ଯେ, ନେପାଳର କେବୁଲ୍ ଟିଭି ଅପରେଟରମାନେ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦେଇଛନ୍ତି। ତେବେ ନେପାଳ ସରକାର ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାନାମା ଜାରି ହୋଇନାହିଁ।

Advertisment

https://twitter.com/ANI/status/1281227694441549827?s=20

ଭାରତର ଦୂରଦର୍ଶନକୁ ଛାଡ଼ି ନେପାଳ ସମସ୍ତ ନ୍ୟୁଜ ଚ୍ୟାନେଲ ଉପରେ ରୋକ୍ ଲଗାଇଛି। ଭାରତୀୟ ମିଡ଼ିଆରେ ନେପାଳର ରାଜନୀତି ଏବଂ କୂଟନୀତିକୁ ନେଇ ଭୁଲ ବାର୍ତ୍ତା ଭାରତୀୟ ମିଡିଆରେ ପ୍ରକାଶ ପାଇଛି ତେଣୁ ନେପାଳ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କେପି ଓଲି ସରକାରର ମୁଖପାତ୍ର କହିଛନ୍ତି।

ତେବେ ନେପାଳ ସରକାର ପାକିସ୍ତାନ ଏବଂ ଚୀନର ନ୍ୟୁଜ୍ ଚ୍ୟାନେଲ୍ ଉପରେ କୌଣସି ରୋକ୍ ଲଗାଇ ନଥିବା ସୂଚନା ମିଳିଛି। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ନେପାଳ ଏବେ ଚୀନକୁ ଅନୁସରଣ କରିବାରେ ଲାଗିଛି। ଲଦାଖରେ ଚାଲିଥିବା ଟେନସନ୍ ମଧ୍ୟରେ ଚୀନ୍ ମଧ୍ୟ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା।

Advertisment
Advertisment
Advertisment