Advertisment

ଶତ୍ରୁଙ୍କ ହୋସ ଉଡ଼ାଇବ ଭାରତର ‘ରୋମୀୟ’

ନୂଆଦିଲ୍ଲୀ : ଥରହର ଶତ୍ରୁ ଦେଶ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଦୀର୍ଘ ଦଶ ବର୍ଷର ଅପେକ୍ଷା ପରେ ଶେଷର ଭାରତୀୟ ନୌସେନାକୁ ଖୁବ ଶୀଘ୍ର ଅନେକ ସ୍ୱତନ୍ତ୍ରତା ଥିବା ହେଲିକପ୍ଟର ରୋମୀୟ ମିଳିବ । ରୋମୀୟ…

author-image
Prangyan Parimita
ଅଦ୍ୟତନ ହୋଇଛି
ଶତ୍ରୁଙ୍କ ହୋସ ଉଡ଼ାଇବ ଭାରତର ‘ରୋମୀୟ’

romeo

ନୂଆଦିଲ୍ଲୀ : ଥରହର ଶତ୍ରୁ ଦେଶ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଦୀର୍ଘ ଦଶ ବର୍ଷର ଅପେକ୍ଷା ପରେ ଶେଷର ଭାରତୀୟ ନୌସେନାକୁ ଖୁବ ଶୀଘ୍ର ଅନେକ ସ୍ୱତନ୍ତ୍ରତା ଥିବା ହେଲିକପ୍ଟର ରୋମୀୟ ମିଳିବ । ରୋମୀୟ ବୁଡ଼ାଜାହାଜ ଶିକାରୀ ନାମରେ ଖୁବ ପରିଚିତ । ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ ସମୟରେ, ଭାରତ ୨୪ ରୋମୀୟ ହେଲିକପ୍ଟର କ୍ରୟ କରିବାକୁ ଚୁକ୍ତି କରିଥିଲା, ଯେଉଁଥିରୁ ୩ଟି ଡେଲିଭରୀ ପାଇଁ ପ୍ରସ୍ତୁତ । ଏମଏଚ-୬୦ ରୋମିଓ ହେଲିକପ୍ଟର କିଣିବା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ଚୁକ୍ତି ସ୍ୱାକ୍ଷର ହୋଇଥିଲା ।

Advertisment

ଜୁଲାଇ ମାସରେ ଭାରତୀୟ ନୌସେନାକୁ ଏମଏଚ-୬୦ ରୋମିଓ ହେଲିକପ୍ଟରର ପ୍ରଥମ କିସ୍ତି ପ୍ରଦାନ କରିବ ଆମେରିକା । ନ୍ୟୁଜ୍ ଏଜେନ୍ସି ‘ANI’ ଅନୁଯାୟୀ, ଭାରତୀୟ ପାଇଲଟଙ୍କ ଏକ ଟିମ୍ ଆମେରିକାରେ ପହଞ୍ଚିଛି। ସେଠାରେ ସେମାନଙ୍କୁ ବିମାନ ଏବଂ ହେଲିକପ୍ଟରର ରକ୍ଷଣାବେକ୍ଷଣ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଗତ ବର୍ଷ ଡିସେମ୍ବରରେ ଆମେରିକୀୟ କମ୍ପାନୀ ଲାକହିଡ ମାର୍ଟିନ ଭାରତୀୟ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ପ୍ରକାଶ କରିଥିଲେ । ଆକେରିକାର ନୌବାହିନୀ ବ୍ୟବହାର କରୁଥିବା ହେଲିକପ୍ଟର ପରି ରୋମୀୟର ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏହା ଉପରେ କେବଳ ଭାରତର ପତାକା ତିଆରି କରାଯାଇଛି ।

ହେଲିକପ୍ଟର ରୋମୀୟର ବିଶେଷତ୍ବ  : 

ପ୍ରତିକୂଳ ପରିସ୍ଥିତିରେ ସେ ଶତ୍ରୁଙ୍କୁ ଧୂଳି ଚଟାଇବାରେ ରୋମୀୟ ହେଲିକପ୍ଟର ପାରଙ୍ଗମ । ଆମେରିକାର କମ୍ପାନୀ ଲାକହିଡ୍ ମାର୍ଟିନ ଦ୍ୱାରା ନିର୍ମିତ ଏମଏଚ-୬୦ ରୋମିଓରେ ଡୁଆଲ୍ କଣ୍ଟ୍ରୋଲ୍ ସିଷ୍ଟମ୍ ରହିଛି , ଅର୍ଥାତ୍ ଏଥିରେ ଦୁଇ ଜଣ ପାଇଲଟ୍ ରହିପାରିବେ । ରୋମୀୟର କକପିଟରେ ବସି ଅନ୍ଧାରରେ ମଧ୍ୟ ଲକ୍ଷ୍ୟକୁ ଭଲ ଭାବରେ ଦେଖିହେବେ । ଏହି ହେଲିକପ୍ଟରରେ ଚାରି ରୁ ପାଞ୍ଚ କ୍ୟାବିନ କ୍ରୁ ସମେତ ପାଞ୍ଚ ଜଣ ଯାତ୍ରୀ ବସିପାରିବେ।

Advertisment

ରୋମୀୟର କ୍ୟାବିନର ଲମ୍ବ ୩.୨ ମିଟର, ମୋଟେଇ ୧.୮ ମିଟର ଏବଂ ଉଚ୍ଚତା ୧.୩ ମିଟର । ଏହା ବ୍ୟତୀତ ଶତ୍ରୁର ବୁଡାଜାହାଜ ଓ ଅନ୍ୟ ପ୍ରକାର ଜାହାଜକୁ ଶିକାର କରିବାରେ ମାହିର ରୋମୀୟ । ଏହି ହେଲିକପ୍ଟରରେ ହେଲଫାୟାର କ୍ଷେପଣାସ୍ତ୍ର, ଟାର୍ପିଡୋ ଏବଂ ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ରଶସ୍ତ୍ର ଖଞ୍ଜା ଯାଇଛି । ଏହି ହେଲିକପ୍ଟରଟି ମୁଖ୍ୟତ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ କରିବାରେ ପାରଦର୍ଶୀତା ହାସଲ କରିଛି ।

Advertisment
Advertisment