Drone Vaccine
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଏହି ସମୟରେ ଦେଶରେ କରୋନା ଟିକାକରଣ ଅଭିଯାନ ମଧ୍ୟ ବ୍ୟାପକ ସ୍ତରରେ ଚାଲିଛି । ଏହି ଟିକାକରଣ ଅଭିଯାନକୁ ଦୁର୍ଗମ ଅଞ୍ଚଳ ପର୍ଯ୍ୟନ୍ତ ଖୁବ୍ଶୀଘ୍ର ପହଞ୍ଚାଇବାକୁ ସରକାର ଏବେ ଯୋଜନା କରୁଛନ୍ତି । ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର ଏବେ ଡ୍ରୋନ୍ର ବ୍ୟବହାର କରିବାକୁ ଯାଉଛନ୍ତି । ଡ୍ରୋନ ଜରିଆରେ ତୁରନ୍ତ ଭ୍ୟାକ୍ସିନ ପହଞ୍ଚାଇବାକୁ ଚଷ୍ଟା କରାଯିବା ସହ ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହ ପହଞ୍ଚିପାରିବ । ଆଇଆଇଟି କାନପୁରର ଦ୍ୱାରା ଏହି ଉପାୟକୁ ସମ୍ଭବ ବୋଲି କୁହାଯାଇଛି ।
ବର୍ତ୍ତମାନ ସରକାରୀ କମ୍ପାନୀ HLL ଲାଇଫ କେୟାର ଦେଶରେ ସରକାରଙ୍କ ପାଇଁ କରୋନା ଟିକା କିଣିବା କାମ କରୁଛି । ଏହାର ସହାୟକ କମ୍ପାନୀ HLL ଇନଫ୍ରା ଟେକ୍ ସର୍ଭିସେସ୍ ଲିମିଟେଡ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ତରଫରୁ ଦେଶର ଦୁର୍ଗମ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ ଟେଣ୍ଡର ଆମନ୍ତ୍ରଣ କରିଛି । ଏବେ ତେଲେଙ୍ଗାନା ହିଁ କେବଳ ଡ୍ରୋନ୍ ମାଧ୍ୟମରେ କରୋନା ଟିକା ବିତରଣ କରିବାର କାମ କରୁଛି ।
/odishatv-khabar/media/post_attachments/wp-content/uploads/2021/06/drone-1.jpg)
ଦୁର୍ଗମ ଅଞ୍ଚଳରେ ଏହି ଡ୍ରୋନ ଭ୍ୟାକ୍ସିନ ପହଞ୍ଚାଉଥିବା ଘଟଣାକୁ ମଧ୍ୟ ଆଇସିଏମ୍ଆର ପକ୍ଷରୁ ଭଲ ଭାବେ ଯାଞ୍ଚ କରାଯାଇଛି । ୩୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିବା ଡ୍ରୋନ ଏହି ଭ୍ୟାକ୍ସିନ ପରିବହନ କାର୍ଯ୍ୟରେ ନିୟୋଜିତ ହେବ । ଏହା ସହ ୧୦୦ ମିଟର ଉଚ୍ଚତାରେ ଉଡ଼ିବାର କ୍ଷମତା ମଧ୍ୟ ଏହ ଡ୍ରୋନ ରଖୁଛି ।
ଆଇସିଏମଆର ମଧ୍ୟ ଏହି ଡ୍ରୋନଗୁଡିକ ଅସମ୍ଭବ ଅଞ୍ଚଳରେ କରୋନା ଟିକା ବିତରଣ କରୁଥିବା ଦେଖାଯାଉଥିବା ବିଷୟରେ ଏକ ସମ୍ପୂର୍ଣ୍ଣ ଅଧ୍ୟୟନ କରିଛି । ଏହା ଅଧୀନରେ, ସେହି ଡ୍ରୋନଗୁଡିକ ଏହି କାର୍ଯ୍ୟ ପାଇଁ ବ୍ୟବହୃତ ହେବ, ଯାହା 35 କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । 100 ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ ।
ଆଇଆଇଟି କାନପୁରର ସହଯୋଗରେ ଆଇସିଏମଆର ଏନେଇ ଏକ ରିସର୍ଚ୍ଚ କରିଛି ବୋଲି ରିପୋର୍ଟ କହୁଛି । ରିସର୍ଚ୍ଚରେ ଦେଖାଯାଇଥିଲା ଯେ, ଦେଶର ଅପହଞ୍ଚ ଇଲାକାରେ ଏହି ଡ୍ରୋନ୍ ସୁବିଧାରେ ଓ ସହଜରେ କରୋନା ଟିକା ପହଞ୍ଚାଇପାରୁଛି ନା ନାହିଁ । ଏହି ପରୀକ୍ଷାରେ ICMR ସଫଳ ହୋଇଥିଲା । ଏହାପରେ ଦୁର୍ଗମ ଅଞ୍ଚଳରେ ଡୋନ୍ ଦ୍ୱାରା ଟିକା ପରିବହନ କରାଯିବାର ନିଷ୍ପତି ନିଆଯାଇଛି । ଏହି ବ୍ୟବସ୍ଥା ଦେଶରେ ଖୁବ୍ଶୀଘ୍ର ଆରମ୍ଭ ହେବ । ଏଥିପାଇଁ ଜୁନ ୨୨ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/MzA2NTczMA_1623559147.jpg)