/odishatv-khabar/media/post_attachments/uploadimage/library/16_9/16_9_0/swiss_1624002622.jpg)
swiss
କରୋନା ସଙ୍କଟ କାଳରେ ସ୍ୱିସ୍ ବ୍ୟାଙ୍କରେ ବଢ଼ିଲା ଭାରତୀୟଙ୍କ ସମ୍ପତ୍ତି । ମହାମାରୀର ପ୍ରାରମ୍ଭିକ ବର୍ଷରେ ସ୍ୱିଜରଲାଣ୍ଡର ବିଭିନ୍ନ ବ୍ୟାଙ୍କରେ ଭାରତୀୟ ଲୋକଙ୍କ ଦ୍ୱାରା ଜମା ହୋଇଥିବା ରାଶିରେ ବୃଦ୍ଧି ପାଇଛି । ୨୦୨୦ରେ ଭାରତୀୟଙ୍କ ଜମା ରାଶି ବୃଦ୍ଧି ପାଇ ୨.୫୫ ଆରବ ସ୍ୱିସ୍ ଫ୍ରାଙ୍କ୍( ପାଖାପାଖି ୨୦,୭୦୦କୋଟି ଟଙ୍କା)ରେ ପହଞ୍ଚି ଯାଇଛି,ଯାହା ବିଗତ ୧୩ ବର୍ଷରେ ସର୍ବାଧିକ ରେକର୍ଡ଼ କରିଛି । ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବାର୍ଷିକ ତଥ୍ୟରୁ ଏହି ସୂଚନା ମିଳିଛି । ୨୦୧୯ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୬.୬୨୫ କୋଟି ଟଙ୍କା ଥିଲା । ଅର୍ଥାତ୍ ମାତ୍ର ଏକ ବର୍ଷ ମଧ୍ୟରେ ଜମା ରାଶି ତିନି ଗୁଣା ବୃଦ୍ଧି ପାଇଛି ।
ଦୁଇ ବର୍ଷ ହେଲା ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶିରେ ଲଗାତାର ହ୍ରାସ ଘଟିଥିଲା। ଭାରତୀୟ ଲୋକେ ଏବଂ ସଂସ୍ଥା ଏହି ଟଙ୍କାକୁ ସିଧାସଳଖ ସ୍ୱିସ୍ ବ୍ୟାଙ୍କରେ କିମ୍ବା ସେମାନଙ୍କ ଶାଖା ଏବଂ ଭାରତର ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ ମାଧ୍ୟମରେ ଜମା କରିଥିଲେ । ସ୍ୱିଜରଲ୍ୟାଣ୍ଡର କେନ୍ଦ୍ରିୟ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ୨୦୨୦ରେ ଗ୍ରାହକଙ୍କ ଜମା ରାଶି ହ୍ରାସ ପାଇଥିଲା । କିନ୍ତୁ ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ସାଧନରେ ନିବେଶ ଦ୍ୱାରା ଏହି ବ୍ୟାଙ୍କ ଗୁଡିକରେ ଭାରତୀୟଙ୍କ ଜମା ରାଶିରେ ଦ୍ରୁତ ବୃଦ୍ଧି ଘଟିଛି ।
ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ( ଏସଏନବି) ର ତଥ୍ୟ ଅନୁଯାୟୀ ୨୦୦୬ ରେ ରେକର୍ଡ ୬.୫ ବିଲିୟନ ସ୍ୱିସ୍ ଫ୍ରାଙ୍କ ଥିଲା ଭାରତୀୟଙ୍କ ଜମା ରାଶି । ଏହା ପରେ ୨୦୧୧, ୨୦୧୩ ଏବଂ ୨୦୧୭କୁ ଛାଡ଼ିଦେଲେ ଭାରତୀୟଙ୍କ ଜମା ରାଶିରେ ହ୍ରାସ ଘଟିଥିଲା । ୨୦୧୮ ମସିହାରେ କାର୍ଯ୍ୟକାରୀ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ପରସ୍ପରକୁ ଟାକ୍ସ ସମ୍ମନ୍ଧୀୟ ସୂଚନା ପ୍ରଦାନ କରୁଛନ୍ତି । ଚୁକ୍ତି ଅଧୀନରେ ୨୦୧୮ ରେ ପ୍ରଥମ ଥର ପାଇଁ ସ୍ୱିଜରଲ୍ୟାଣ୍ଡ ଭାରତୀୟ ନାଗରିକଙ୍କ ବିସ୍ତୃତ ସୂଚନା ପ୍ରଦାନ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)