Short Span Bridging System
ନୂଆଦିଲ୍ଲୀ: ସ୍ଥଳସେନାରେ ସାମିଲ ହେଲା ୧୨ଟି ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ବ୍ରିଜିଂ ସିଷ୍ଟମ ଦ୍ୱାରା ସୁରକ୍ଷାବାହିନୀକୁ ଦୁର୍ଗମ ଅଞ୍ଚଳରେ ନଦୀ, ନାଳ ପାର୍ କରିବାରେ ସହଜ ହେବ ।
/odishatv-khabar/media/post_attachments/wp-content/uploads/2021/07/vlcsnap-error762.png)
୧୦ ମିଟର ଲମ୍ବ ବିଶିଷ୍ଟ ଏହି ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ସଂସ୍ଥା-DRDO ଡିଜାଇନ୍ କରିଛି । ଏହାସହ ଏହାକୁ ନିର୍ମାଣ କରିଛି ଏଲ୍ଆଣ୍ଡ୍ଟି । ଏହା ଦ୍ୱାରା ସୁବିଧାରେ ଓ କମ୍ ସମୟ ମଧ୍ୟରେ ସେନାର ଭାରୀ ଟ୍ୟାଙ୍କ୍ ଏବଂ ଅନ୍ୟ ସରଞ୍ଜାମ ଯିବାଆସିବା କରିପାରିବ ।
/odishatv-khabar/media/post_attachments/wp-content/uploads/2021/07/vlcsnap-error945.png)
ଆଜି ନୂଆଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଏକ ସ୍ୱତନ୍ତ୍ର ସମାରୋହରେ ଏହି ୧୨ଟି ସର୍ଟ ସ୍ପାନ୍ ବ୍ରିଜିଂ ସିଷ୍ଟମକୁ ସ୍ଥଳସେନାରେ ସାମିଲ କରାଯାଇଛି । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍. ଏମ୍. ନରୱାଣେ, ଡିଆର୍ଡିଓ ମୁଖ୍ୟ ଜି ସତୀଶ ରେଡ୍ଡୀ ଉପସ୍ଥିତ ଥିଲେ । ପାକିସ୍ତାନ ସୀମା ସହ ସଂଲଗ୍ନ ଦେଶର ପଶ୍ଚିମ ସୀମାନ୍ତରେ ଏହି ବ୍ରିଜିଂ ସିଷ୍ଟମକୁ ମୁତୟନ କରାଯିବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ନରୱାଣେ । ଏହାଦ୍ୱାରା ସେନାର ଲଢୁଆ ଟ୍ୟାଙ୍କ ଏବଂ ହାଲୁକା ଯାନ ଶକ୍ତି ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି । ଆସନ୍ତା ଅଗଷ୍ଟ ସୁଦ୍ଧା ୩୦ଟି ଏଭଳି ବ୍ରିଜିଂ ସିଷ୍ଟମ ସେନାକୁ ଯୋଗାଇ ଦିଆଯିବ ବୋଲି ଡିଆରଡିଓ ମୁଖ୍ୟ ଏହି ଅବସରରେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error612_1625223323.jpg)