Advertisment

ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ; ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡ଼ାଇଲା ଭାରତ

ଶ୍ରୀନଗର: ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଏଲ୍ଓସି ସୀମା ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡାଇଲା ଭାରତ। ରଜୌରି ଓ ପୁଂଚ ଅଂଚଳରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହାର ଦୃଢ ଜବାବ ଦିଆଯାଇଛି। ଗତ କିଛି ଦିନ ହେବ ଜାମ୍ମୁଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଗତକାଲି ଭାରତର ଆଗୁଆ ଘାଟିକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ […]

ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ; ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡ଼ାଇଲା ଭାରତ

india

Advertisment

ଶ୍ରୀନଗର: ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଏଲ୍ଓସି ସୀମା ପାକିସ୍ତାନ ଅଧିକୃତ କଶ୍ମୀରରେ ପାକିସ୍ତାନୀ ସେନାର ୧୦ଟି ପୋଷ୍ଟ ଉଡାଇଲା ଭାରତ। ରଜୌରି ଓ ପୁଂଚ ଅଂଚଳରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ପରେ ଏହାର ଦୃଢ ଜବାବ ଦିଆଯାଇଛି। ଗତ କିଛି ଦିନ ହେବ ଜାମ୍ମୁଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଗତକାଲି ଭାରତର ଆଗୁଆ ଘାଟିକୁ ଟାର୍ଗେଟ କରି ପାକିସ୍ତାନ ପକ୍ଷରୁ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ସ୍ଥାନୀୟ ଲୋକ ଆହତ ହୋଇଥିଲେ। ଗତକାଲି ସନ୍ଧ୍ୟାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ ହୋଇଥିଲା।

Advertisment

ଅନ୍ୟପଟେ କାଶ୍ମୀର ଘାଟି ଅଞ୍ଚଳରୁ ଆଜି ଲସ୍କର-ଏ-ତୋଇବାର ଜଣେ ଆତଙ୍କବାଦୀ ଜାକିର ଖାନ୍‌କୁ ଗିରଫ କରିଛି ପୋଲିସ। ଜମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲା ଖୋଜପୁରା ରେବେଣା ଗାଁରୁ ଏହି ଆତଙ୍କବାଦୀକୁ ଗିରଫ କରାଯାଇଛି। ଜମ୍ମୁ ଓ କାଶ୍ମୀର ପୋଲିସର ସ୍ପେସାଲ ଟିମ୍  ଜାକିରଠାରୁ ୯ ଏମ୍ଏମ୍ ପିସ୍ତଲ, ୨ଟି ମାଗାଜିନ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି।

ଗତ କିଛି ଦିନ ହେବ ଜାକିର ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାରେ ସାମିଲ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମାଲି ଥିବା ସହ କିଛି ସ୍ଥାନରେ ହିଂସା ଘଟାଇଥିଲା। ଗତକାଲି ହଣ୍ଡଓ୍ୱାରାରୁ ୩ ଜଣ ଆତଙ୍କୀଙ୍କୁ ଗିରଫ ହୋଇଥିଲେ। ପୋଲିସ  ଜମ୍ମୁ ଓ କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ପାଇଁ ଗତ କିଛି ଦିନ ହେବ ଦକ୍ଷିଣ କାଶ୍ମୀରରେ ସେନା ଓ ପୋଲିସ ପକ୍ଷରୁ ନିୟମିତ ଅପରେସନ ଜାରି ରହିଛି।  ଗତ ୧୫ ଦିନ ମଧ୍ୟରେ ୨୫ରୁ ଅଧିକ ଆତଙ୍କବାଦୀକୁ ନିପାତ କରିଛି ସେନା ଓ ପୋଲିସର ମିଳିତ ଟିମ୍।

Advertisment
LoC Pakistan Indian Army Jammu And Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ