/odishatv-khabar/media/post_attachments/uploadimage/library/16_9/16_9_0/bajra-1_1622540659.jpg)
bajra 1
ଲଦାଖରେ ଭାରତର ସ୍ୱତନ୍ତ୍ର ପ୍ରସ୍ତୁତି । ଚୀନର ସମସ୍ତ ଚାଲର କଡ଼ା ଜବାବ ମିଳିବ । ଲଦାଖରେ K-9 ବଜ୍ର ମୁତୟନ କଲା ଭାରତୀୟ ସେନା । ଗତ ବର୍ଷ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ( LAC) ରେ ଚୀନ୍ ସେନାର ଷଡ଼ଯନ୍ତ୍ର ପରଠାରୁ ଭାରତୀୟ ସେନା ସତର୍କ ରହିଛି । ବର୍ତ୍ତମାନ ଭାରତୀୟ ସେନା ବିଶେଷ ପ୍ରସ୍ତୁତି ଚଳାଇଛି । ଲଦାଖ ଅଞ୍ଚଳରେ ଚୀନ୍ ସେନାର ସମସ୍ତ ଷଡ଼ଯନ୍ତ୍ର ଓ ଆକ୍ରମଣର ଜବାବ ଦେବା ପାଇଁ ସ୍ୱୟଂ ଚାଳିତ K-9 ବଜ୍ର ନିୟୋଜିତ କରାଯାଇଛି ।
୨୦୧୮ ରେ ଭାରତୀୟ ସେନାରେ ସାମିଲ ହୋଇଥିଲା K-9 ବଜ୍ର । ଲଦାଖରେ ପ୍ରଥମ ଥର ପାଇଁ ଏହାକୁ ନିୟୋଜିତ କରାଯାଇଛି । ଲଦାଖରେ ନିୟୋଜିତ ସ୍ୱୟଂ ଚାଳିତ K-9 ବଜ୍ର ଏକ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର । ଏଥିରେ ୧୫୫ ମିଲିମିଟରର ତୋପ ଖଞ୍ଜାଯାଇଛି, ଯାହାର ରେଞ୍ଜ ରହିଛି ୧୮ ରୁ ୫୨ କିଲୋମିଟର । ଟ୍ୟାଙ୍କ ପରି ଏଥିରେ ଟ୍ରାକ୍ ଲାଗିଛି, ଯଦ୍ୱାରା ଏହା କୌଣସି ବି ପ୍ରକାର ଭୂମିରେ ଚାଲିପାରିବ । ଏଥିରେ ୫ ସୈନିକଙ୍କ ସହ କ୍ରୁ ଥାଆନ୍ତି, ଯାହା ଟ୍ୟାଙ୍କ ପରି ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଦ୍ୱାରା ସଂପୂର୍ଣ୍ଣ ସୁରକ୍ଷିତ।
ଫେବୃଆରୀରେ ଲଦାଖ ଅଞ୍ଚଳରେ ଭାରତୀୟ ସେନା ଏହାର ପରୀକ୍ଷା ଆରମ୍ଭ କରିଥିଲା । K-9 ବଜ୍ର ଥିବା ଉଭୟ ଟ୍ୟାଙ୍କ ଏବଂ ତୋପର ସ୍ୱତନ୍ତ୍ରତା ରହିଛି । ଟ୍ୟାଙ୍କ ପରି ଏହା ଶକ୍ତିଶାଳୀ, ଶତ୍ରୁ ଅଗ୍ନିରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖେ । ତୋପ ପରି ଦୀର୍ଘ ଦୂରତାକୁ ଟାର୍ଗେଟ କରିପାରେ ।
ଲଦାଖରେ ମେ ୨୦୨୦ରେ ଭାରତ ଏବଂ ଚୀନ୍ ମୁହାଁମୁହିଁ ହୋଇଥିଲେ । ଉତ୍ତେଜନା ଆରମ୍ଭ ହେବା ପରଠାରୁ ଚୀନ୍ ଏଠାରେ ବହୁ ସଂଖ୍ୟକ ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ଠୁଳ କରିଛି । ସୂତ୍ର ଅନୁସାରେ, ଚୀନର ଚତୁର୍ଥ ଏବଂ ଷଷ୍ଠ ମୋଟର ଚାଳିତ ବିଭାଗ ଏଠାରେ ମୁତୟନ ଅଛନ୍ତି । ଏପଟେ ଭାରତୀୟ ସେନା ମଧ୍ୟ ଚୀନ ସେନାକୁ ମୁହଁତୋଡ଼ ଜବାବ ଦେବାକୁ ସୀମାରେ ପର୍ଯ୍ୟାପ୍ତ ସଂଖ୍ୟକ ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ମୁତୟନ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)