Advertisment

ପାକ୍ ହାଇକମିଶନଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ:  ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ କରାଯାଉଥିବାରୁ ପାକ୍ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ । ଶୁକ୍ରବାର ସୀମାରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଥିଲା ଏଥିରେ ପାକିସ୍ତାନର ୮ ଯବାନ ନିହତ ହୋଇଥିଲେ । […]

ଅଦ୍ୟତନ ହୋଇଛି
ପାକ୍ ହାଇକମିଶନଙ୍କୁ ସମନ୍ କଲା ଭାରତ

high-commision

Advertisment

ନୂଆଦିଲ୍ଲୀ:  ପାକ୍ ହାଇକମିଶନଙ୍କୁ ସମନ୍ କରିଛି ଭାରତ। ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ। ଗତ କିଛି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀର ସୀମାନ୍ତ ଉରି ଓ ଗୁରେଜ୍ ସେରରେ ପାକିସ୍ତାନ ପଟୁ ଲଗାତର ଅସ୍ତ୍ରବିରତ ଉଲ୍ଲଂଘନ କରାଯାଉଥିବାରୁ ପାକ୍ ହାଇକମିଶନଙ୍କୁ ସମନ୍ କରିଛି ବୈଦେଶିକ ବିଭାଗ ।

Advertisment

ଶୁକ୍ରବାର ସୀମାରେ ଦୁଇ ଦେଶ ଯବାନଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଘଟିଥିଲା ଏଥିରେ ପାକିସ୍ତାନର ୮ ଯବାନ ନିହତ ହୋଇଥିଲେ । ଉଭୟ ପଟୁ ଜୀବନହାନି ଘଟିଥିଲା । ଭାରତ ସୀମାରେ ସାଧାରଣ ନାଗରିକଙ୍କୁ ପାକ୍ ସେନା ଟାର୍ଗେଟ୍ କରୁଥିବାରୁ ଏହାକୁ ଲଗାତର ନିନ୍ଦା କରି ଆସୁଛି ଭାରତୀୟ ବୈଦେଶିକ ବିଭାଗ । ପର୍ବପର୍ବାଣୀ ସମୟରେ ଧନଜୀବନ ନଷ୍ଟ କରିବା ସହ ଦେଶର ଶାନ୍ତିରେ ବ୍ୟାଘାତ ସୃଷ୍ଟି କରୁଛି ପାକିସ୍ତାନ।

ଏଭଳି ସ୍ଥିତିରେ ଶାନ୍ତି ବଜାୟ ରଖିବା ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ନେଇ ପାକିସ୍ତାନକୁ ମନେ ପକାଇ ଦେଇଛି ଭାରତ ।

Advertisment

ସୂଚନାଥାଉ କି, ଶୁକ୍ରବାର ଜାମ୍ମୁ-କାଶ୍ମୀରରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାପରେ  ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ଅତି କମରେ ୮ଜଣ ପାକିସ୍ତାନୀ ସେନା  ନିହତ ହୋଇଥିଲେ । ଏହା ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା।

ଏହା ଘଟଣା ପରେ ପାକିସ୍ତାନ ପକ୍ଷରୁ ଲଗାତାର ଗୁଳିମାଡ କରାଯାଇଥିଲା। ପାକିସ୍ତାନର ଗୁଳିମାଡରେ ଭାରତର ୩ ଜଣ ଯବାନଙ୍କ ସମେତ ଜଣେ ଅଧିକାରୀ ସହିଦ ହୋଇଛନ୍ତି। ଏ ନେଇ ଭାରତୀୟ ସେନା ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି। ସେତିକି ନୁହେଁ, ପାକ ସେନା ନୀରିହ ଲୋକଙ୍କୁ ଟାର୍ଗେଟ କରୁଥିବା ଭାରତୀୟ ସେନା ପକ୍ଷରୁ କୁହଯାଇଛି। ଅସ୍ତ୍ରବିରତି ଉଲ୍ଲଘଂନ ନେଇ ଭାରତ ପାକିସ୍ତାନକୁ ସମନ ଜାରି କରିବ ବୋଲି ପର୍ବରୁ କହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ