/odishatv-khabar/media/post_attachments/uploadimage/library/16_9/16_9_0/corona-1_1626176759.jpg)
corona
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୩୧ ହଜାର ୯୭୭ ଥିବାବେଳେ ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ସମଗ୍ର ଦେଶରେ ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣଙ୍କର ଟିକାକରଣ ହୋଇଛି । ମଙ୍ଗଳବାର ଠାରୁ ଲଗାତାର ୬ ଦିନ ହେଲା ଦେଶରେ ଦୁଇ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଅନୁସାରେ ଏପ୍ରିଲ ୧୯ ସୁଦ୍ଧା ସମଗ୍ର ଦେଶରେ ୨୬,୯୪,୧୪,୦୩୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏବଂ ଗତକାଲି ୧୫,୧୯,୪୮୬ ଜଣ ଲୋକଙ୍କର ସାମ୍ପୁଲ ପରୀକ୍ଷଣ ହୋଇଛି ।
India reports 2,59,170 new #COVID19 cases, 1,761 deaths and 1,54,761 discharges in the last 24 hours, as per Union Health Ministry
Total cases: 1,53,21,089
Total recoveries: 1,31,08,582
Death toll: 1,80,530
Active cases: 20,31,977Total vaccination: 12,71,29,113 pic.twitter.com/3pNdIGZVdy
— ANI (@ANI) April 20, 2021
ଦେଶରେ ଏବେ କରୋନା ସଂକ୍ରମଣ ସୁନାମୀ ରୂପ ନେଇଛି। ଏହାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ଚାରିଆଡେ ଦେଖିବାକୁ ମିଳୁଛି । ଡାକ୍ତରଖାନାର ବଢ଼ୁଥିବା ରୋଗୀ ସଂଖ୍ୟା ଓ ଶ୍ଶଶାନରେ ଶବଦାହ ପାଇଁ ଲାଗିଥିବା ଲମ୍ବା ଲାଇନ୍ ମହମାରୀର କରାଳ ରୂପକୁ ସ୍ପଷ୍ଟ ରୂପେ ବର୍ଣ୍ଣନା କରୁଛି ।
ସେପଟେ ଘରକୁ ଫେରିବାକୁ ପୁଣି ବସ ଷ୍ଟପ, ରେଲୱେ ଷ୍ଟେସନରେ ଭିଡ଼ ଦେଖିବାକୁ ମିଳୁଛି । ଏହି କ୍ରମରେ ଦିଲ୍ଲୀ ଆନନ୍ଦବିହାର ବସ୍ ଟର୍ମିନାଲରେ ପୁଣି ଥରେ ଜନଗହଳି ସୃଷ୍ଟି ହୋଇଛି । ଘରକୁ ଫେରିବାକୁ ଭିଡ଼ ଜମାଇଛନ୍ତି ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅନେକ ଶ୍ରମିକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଏବେ ସେମାନେ ଘର ମୁହାଁ । ଗତକାଲି ରାତି ତମାମ ଆନନ୍ଦବିହାର ବସ୍ ଟର୍ମିନାଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରି ରହିଥିଲେ । ଏତେ ସଂଖ୍ୟାରେ ଲୋକ ଥିଲେ ଯେ, ବସ୍ ବି କମ୍ ପଡ଼ିଥିଲା । କେହି କେହି ବସ୍ ଉପରେ ବସି ଘରକୁ ଫେରିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)