Advertisment

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?

ଥମିବାରେ ନା ନେଉନାହିଁ ମୋଦି-ଦିଦି ବିବାଦ। ଦିନକୁ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍‌ ଜୋରସୋରରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ବାତ୍ୟା ୟାସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି।

author-image
Sarbeswar
ଅଦ୍ୟତନ ହୋଇଛି
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ?

West bengal CS

କୋଲକାତା: ଥମିବାରେ ନା ନେଉନାହିଁ ମୋଦି-ଦିଦି ବିବାଦ। ଦିନକୁ ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବେଶ୍‌ ଜୋରସୋରରେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ, ବାତ୍ୟା ୟାସ୍‌ ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ମଧ୍ୟ ଅନେକ କ୍ଷତି ହୋଇଛି। ବାତ୍ୟା ୟାସ୍‌ରେ କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଆକାଶ ମାର୍ଗରୁ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଏତିକି ନୁହେଁ ବରଂ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ମଧ୍ୟ କରିଥିଲେ। କିନ୍ତୁ ଏହି ବୈଠକରେ ଅଳ୍ପ ସମୟ ଯୋଗ ଦେଇ ଅନ୍ୟ ବୈଠକ ଥିବା କହି ଦିଦି ପଳାଇଥିଲେ। କେବଳ ଦିଦି ନୁହେଁ ବରଂ ରାଜ୍ୟର ମୁଖ୍ୟ ଶାସନସଚିବ ମଧ୍ୟ ପଳାଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ବିବାଦ।

Advertisment

ପରେ ପରେ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଡାକରା ଦେଇଥିଲେ। ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାରେ ବିଫଳ ହୋଇଥିବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କେନ୍ଦ୍ର ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ସେପଟେ ତାଙ୍କୁ ବର୍ତ୍ତମାନ ସମୟରେ କେନ୍ଦ୍ରକୁ ଛାଡିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମମତା।

ବାତ୍ୟା ‘ୟାସ୍‌’ ପ୍ରଭାବ ସମୀକ୍ଷା କରିବା ଲାଗି ଗତ ଶୁକ୍ରବାର ଦିନ ପ୍ରଧାମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତକାଳୀନ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧଘଣ୍ଟା ବିଳମ୍ବରେ ପହଞ୍ଚି ୧୫ ମିନିଟ୍‌ ପରେ ଉଠିଚାଲି ଯିବା ପରେ ପରିସ୍ଥିତି ବିବାଦୀୟ ହୋଇଥିଲା। ସେହି ରାତିରେ କେନ୍ଦ୍ର ସରକାର ବନ୍ଦୋପାଧ୍ୟାୟଙ୍କୁ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟକୁ ବଦଳି କରି ସୋମବାର ପୂର୍ବାହ୍ନ ୧୦ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ଆଦେଶ ଦେଇଥିଲେ।

Advertisment

ତେବେ ମମତାଙ୍କ ପିଛା ଛାଡ଼ୁନି ବିବାଦ । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩୦ ମିନିଟ ବିଳମ୍ବରେ ଯୋଗଦେଇଥିଲେ । ଏହାସହ ବାତ୍ୟା ୟାସ୍ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରଦାନ କରି ତୁରନ୍ତ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ମମତାଙ୍କ ଏଭଳି ଆଚରଣକୁ ନେଇ ଚାରିଆଡ଼େ ଭର୍ତ୍ସନା କରାଯାଇଥିଲା । ବିଭିନ୍ନ ବୁଦ୍ଧିଜୀବୀ ମହଲରେ ମଧ୍ୟ ମମତାଙ୍କ ଏଭଳି ଆଚରଣକୁ ନାପସନ୍ଦ କରାଯାଇଥିଲା ।

ବିଭିନ୍ନ ମହଲରୁ ବାରମ୍ବାର ସମାଲୋଚନା କରାଯିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ସେ କହିଛନ୍ତି, ତାଙ୍କୁ ଅଯଥାରେ ବଦନାମ କରାଯାଉଛି । ତାଙ୍କ ନାଁରେ ମିଛ ପ୍ରଚାର କରାଯାଉଛି । ସେହି ବୈଠକରେ ଯୋଗଦେବା ସହ ତାଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ରହିଥିଲା । ତେଣୁ ସେଠାରୁ ସେ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ କୁହାଯାଉଛି ଉଭୟ ନେତଙ୍କ କଳିରେ ବଳି ପଡ଼ିଲେ ମୁଖ୍ୟ ଶାସନ ସଚିବ।

West Bengal
Advertisment
Advertisment