Advertisment

ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ; ଏଥର ମୁଖ୍ୟ ଆକର୍ଷଣ କ'ଣ ଜାଣିଛନ୍ତି ?

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ହେଲେ କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ଼ ସଂଖ୍ୟା ହ୍ରାସ କରାଯାଇଛି। […]

ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ; ଏଥର ମୁଖ୍ୟ ଆକର୍ଷଣ କ'ଣ ଜାଣିଛନ୍ତି ?

republic-day

Advertisment

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ଼ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ହେଲେ କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ଼ ସଂଖ୍ୟା ହ୍ରାସ କରାଯାଇଛି।

Advertisment

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିନ କରାଯିବ। ପ୍ରତିବର୍ଷ ସାଢ଼େ ୮ କିଲୋମିଟର ପରେଡ୍ ମାର୍ଚ୍ଚ ହେଉଥିବା ବେଳେ ଏବର୍ଷ ପରେଡ୍ ଲମ୍ବକୁ ମଧ୍ୟ ୫କୁ କିଲୋମିଟର ହ୍ରାସ କରାଯାଇଛି। ଲାଲକିଲ୍ଲା ପୂର୍ବରୁ ନ୍ୟାସନାଲ ଷ୍ଟାଡିୟମ୍ ନିକଟରେ ପରେଡ୍ ଶେଷ ହେବ।

ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଳାକାରଙ୍କ ସଂଖ୍ୟା ମଧ୍ୟ କମାଇ ଦିଆଯାଇଛି। ପରେଡ୍‌ରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହେବେ ନାହିଁ। ସେହିଭଳି ଏଥର ପରେଡରେ କେହି ବିଦେଶୀ ଅତିଥି ଯୋଗ ଦେଉନାହାନ୍ତି। ଏଥର ଆକର୍ଷଣ, ପରେଡରେ ସାମିଲ ହେବେ ଭାରତର ପ୍ରଥମ ମହିଳା ଫାଇଟର୍ ପାଇଲଟ୍।  ପରେଡରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ନିୟୋଜିତ ଯବାନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Advertisment

ତେବେ ଏହି ସମାରୋହର ଅନ୍ୟତମ ଆକର୍ଷଣ ରହିବ ବାଂଲାଦେଶୀ ସେନାଙ୍କ ପରେଡ୍। ପରେଡରେ ପ୍ରଥମ ଥର ପାଇଁ ଭାଗ ନେବେ ବାଙ୍ଗଲାଦେଶୀ ସେନା। ପରେଡରେ ବାଙ୍ଗଲାଦେଶର ୨ଟି କଣ୍ଟିଜେଣ୍ଟ ଭାଗନେବ।  ଗୋଟିଏ କଣ୍ଟିଜେଣ୍ଟ ମାର୍ଚ୍ଚ ପାଷ୍ଟ କରିବାକୁ ଥିବାବେଳେ ଅନ୍ୟଟି ମିଲିଟାରି ବ୍ୟାଣ୍ଡ ପ୍ରଦର୍ଶନ କରିବ। ପରେଡ ଲାଗି ରାଜଧାନୀ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୪୦ ହଜାର ଯବାନ ମୁତୟନ ହୋଇଛନ୍ତି।

ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ବିଏସ୍ଏଫ୍ କ୍ୟାମେଲ କଣ୍ଟିଜେଣ୍ଟ ପରେଡ଼ ପ୍ରଦର୍ଶନ କରିବେ। ଏଥିଲାଗି ବିଏସ୍ଏଫ୍ କଣ୍ଟିଜେଣ୍ଟ ପକ୍ଷରୁ ଓଟଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଗତକାଲିଠାରୁ କ୍ୟାମ୍ପରେ ଓଟକୁ ସଜାଯିବା ସହ ରିହରସେଲ କରାଯାଇଛି। ଓଟମାନଙ୍କୁୁ ରାଜସ୍ଥାନର ଯୋଧପୁର ଶିବିରରୁ ଅଣାଯାଇଛି। ବହୁ ବାଟ ଚାଲିକି ଆସିବା ପରେ ଦିଲ୍ଲୀ କ୍ୟାମ୍ପରେ ସେମାନଙ୍କୁ ତାଲିମ ଦିଆଯାଇଥିଲା। ପ୍ରତ୍ୟେକ ଦିନ ଉପଯୁକ୍ତ ପରିମାଣର ଖାଦ୍ୟ ଦିଆଯିବା ସହ ଗୋଡ଼ରେ ତେଲ ମାଲିସ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ