Advertisment

ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା କରାଯାଇଛି। କରୋନା ଲକଡାଉନ୍ ଯୋଗୁ ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ଉଡ଼ାଣ ବନ୍ଦ ରହିଛି। ଅନ୍ତର୍ଜାତୀୟ ବିମାନ ସେବା ସସପେଣ୍ଡ ହେବା ଦ୍ୱାରା ଭାରତ ସରକାର ବିଦେଶରେ ଫସିଥିବା ସ୍ୱଦେଶୀଙ୍କୁ ଆଣିବା ପାଇଁ ‘ବନ୍ଦେ ଭାରତ ମିଶନ୍’ ଅଭିଯାନ […]

author-image
Ranjeet Kumar Jena
ଅଗଷ୍ଟ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

FLIGHT

ନୂଆଦିଲ୍ଲୀ: କରୋନା ମହାମାରୀ ବ୍ୟାପୁଥିବାର ଦେଖି ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିବା ନେଇ ଘୋଷଣା କରିଛି ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ)। ଶୁକ୍ରବାର ଅପରାହ୍ଣରେ ଏହି ଘୋଷଣା କରାଯାଇଛି। କରୋନା ଲକଡାଉନ୍ ଯୋଗୁ ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ଉଡ଼ାଣ ବନ୍ଦ ରହିଛି।

Advertisment

ଅନ୍ତର୍ଜାତୀୟ ବିମାନ ସେବା ସସପେଣ୍ଡ ହେବା ଦ୍ୱାରା ଭାରତ ସରକାର ବିଦେଶରେ ଫସିଥିବା ସ୍ୱଦେଶୀଙ୍କୁ ଆଣିବା ପାଇଁ 'ବନ୍ଦେ ଭାରତ ମିଶନ୍' ଅଭିଯାନ ଜାରି ରଖିଛନ୍ତି। ଏଥିପାଇଁ ଏୟାର ଇଣ୍ଡିଆର ସହାୟତା ନିଆଯାଉଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କମର୍ଶିଆଲ୍ ବିମାନ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇଥିଲା, ଯାହାକୁ ଏବେ ଅଗଷ୍ଟ ୩୧ ତାରିଖ ଯାଏ ବଢ଼ାଇ ଦିଆଯାଇଛି।

କେନ୍ଦ୍ରୀୟ ବେସାମରିକ ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂହ କହିଥିଲେ, ଅନ୍ତର୍ଜାତୀୟ ବିମାନ ଆରମ୍ଭ କରିବା ପାଇଁ ଭାରତ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିବ। ଏହାସହ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଘରୋଇ ବିମାନକୁ ପୁଣିଥରେ ଆରମ୍ଭ କରାଯାଇପାରେ।

Advertisment
Advertisment
Advertisment