Advertisment

ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ବ୍ରିଟେନ୍‌କୁ ପଛରେ ପକାଇ ଭାରତ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍‌ କରିଥିବାବେଳେ ବ୍ରାଜିଲ୍‌ରେ ୮ଲକ୍ଷ ପାର୍‌ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ […]

ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ

Coronavirus in India Latest Updates

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ବ୍ରିଟେନ୍‌କୁ ପଛରେ ପକାଇ ଭାରତ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି।

Advertisment

ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍‌ କରିଥିବାବେଳେ ବ୍ରାଜିଲ୍‌ରେ ୮ଲକ୍ଷ ପାର୍‌ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା।

ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍‌ ପଞ୍ଚମ ସ୍ଥାନରେ ରହିଛି। ବ୍ରିଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୧ହଜାରରୁ ଅଧିକ ରହିଛି।

Advertisment

ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୦,୯୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୯୬ଜଣଙ୍କ ମୃତ୍ୟୁ ଘଟିଛି। ଯାହା ଏବେ ଚିନ୍ତାଜନକ ବିଷୟ ପାଲଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ଏଯାବତ୍‌ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୭,୧୯୫ଜଣ ସୁସ୍ଥ ହୋଇଥିବାବେଳେ ୧,୪୧,୮୪୨ଜଣ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୮,୪୯୮ଜଣଙ୍କ ମୃତ୍ୟୁ ଘଟିଛି।

Advertisment

publive-image

OTV Khabar Coronavirus In India Odisha News In Odia Corona News In Odia Coronavirus Latest News Covid19 Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ