/odishatv-khabar/media/post_attachments/uploadimage/library/16_9/16_9_0/corona-10_1620286798.jpg)
corona
ନୂଆଦିଲ୍ଲୀ: ଦେଶରେ ପୁଣି ୪ ଲକ୍ଷ ଟପିଲା ସଂକ୍ରମଣର ସଂଖ୍ୟା। ଏହାସହ ୨୪ ଘଂଟାରେ ୩,୯୮୦ ଜଣଙ୍କ ମୃତ ହୋଇଥିବା ନେଇ ସୂଚନା ମିଳିଛି। ଦେଶରେ ଆଜି ୪ ଲକ୍ଷ ୧୨ ହଜାର ୨୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ବୃଦ୍ଧି ପାଇଛି। ଆଉ ଏହାରି ମଧ୍ୟରେ ଦେଶରେ ଦିନକରେ ୩ ହଜାର ୯୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮କୁ ବୃଦ୍ଧି ପାଇଛି। ଠିକ୍ ସେହିପରି ଆକ୍ଟିଭ୍ କେସ୍- ୩୫,୬୬,୩୯୮ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି- ୧,୭୨,୮୦,୮୪୪। ସେପଟେ ଏଯାବତ ୧୬ କୋଟି ୨୫ ଲକ୍ଷ ୧୩ ହଜାର ୩୩୯ ଡୋଜ୍ ଟିକାକରଣ କରାଯାଇଥବା ସ୍ୱାସ୍ଥ୍ୟ ମନ୍ତ୍ରଣାଲୟ ପକ୍ଷରୁ ସୂଚନା ମିଳିଛି।
ସେପଟେ ହୋସ୍ ଉଡାଉଦେଇଛି ହୁ ର ରିପୋର୍ଟ। ‘ହୁ’ ଦେଇଥିବା ସୂଚନା ଅନୁସାରେ, ଗତ ସପ୍ତାହରେ ବିଶ୍ୱର ଚିହ୍ନଟ ହୋଇଥିବା ମୋଟ କରୋନା ସଂଖ୍ୟାର ୪୬ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ସପ୍ତାହରେ ହୋଇଥିବା ବିଶ୍ୱର ମୋଟ ମୃତ୍ୟୁ ସଂଖ୍ୟାରେ ଭାରତରୁ ୨୪ ପ୍ରତିଶତ ରହିଛି। ତେବେ ହୁ ର ଏହି ରିପୋର୍ଟ ଆସିବା ପରେ ଦେଶର ସ୍ଥିତି କେତେ ସଙ୍ଗୀନ ରହିଛି ତାହା ସ୍ପଷ୍ଟ ଅନୁମେୟ ହେଉଛି। କରୋନା ସ୍ଥିତି ଭୟଙ୍କର ହେଉଥିବା ବେଲେ କେନ୍ଦ୍ର ସରକାରଙ୍କ ଲକଡାଉନ୍ ପାଇଁ ଅନେକ ଥର ବିଭିନ୍ନ ପରାମର୍ଶ ଦେଇଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଲକଡାଉନ୍ ନିଷ୍ପତ୍ତି କେନ୍ଦ୍ର ସରକାର ନେଇନାହାନ୍ତି। ଗୋଟିଏ ପଟେ ଜୀବନ ଓ ଅନ୍ୟପଟେ ଜୀବିକା କଥାକୁ ନେଇ ଚିନ୍ତାରେ ସରକାର ଅଛନ୍ତି।
ଏପଟେ, କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବିଗତ କିଛି ସପ୍ତାହ ହେବ ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍ କରିବାକୁ ପୁଣି ଚର୍ଚ୍ଚା କରାଯାଉଛି । ତେବେ ଦେଶବ୍ୟାପି ଲକଡାଉନ୍ ନେଇ ସବୁବେଳେ ବିଚାର ବିମର୍ଷ କରାଯାଉଛି ବୋଲି ସରକାର କହିଛନ୍ତି । କରୋନା ଭାଇରସକୁ ରୋକିବା ପାଇଁ ଲକଡାଉନ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ନିତି ଆୟୋଗ ସଦସ୍ୟ ଭି.କେ. ପାଉଲ ବୁଧବାର କହିଛନ୍ତି, ‘ଯଦି ଆବଶ୍ୟକତା ପଡେ, ତେବେ ସେହି ବିକଳ୍ପ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥାଏ। ଗତ ଏପ୍ରିଲ୍ ୨୯ରେ, ରାଜ୍ୟମାନଙ୍କୁ ଏକ ବିସ୍ତୃତ ଗାଇଡଲାଇନ ଦିଆଯାଇଛି । ଯେଉଁଥିରେ ନାଇଟ୍ କର୍ଫ୍ୟୁ ଠାରୁ ଆରମ୍ଭ କରି କରୋନା ଭାଇରସ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ବିଷୟରେ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)