Advertisment

ଭାରତ-ଚୀନ୍ ସୀମା ବିବାଦ, ବସିଲା ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପାନଗଙ୍ଗରେ ଚୀନ ସେନାକୁ କଡ଼ା ଜବାବ ଦେବା ପରେ ଆଜି ବସିଛି ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା। ଚୁସୁଲରେ ଭାରତୀୟ ଓ ଚୀନର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଗତ ୨୯ ରାତିରେ ଦକ୍ଷିଣ ପାନଗଙ୍ଗରେ ଘଟିଥିବା ସଂଘର୍ଷ ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ଉଭୟ ସେନା ମଧ୍ୟରେ ଆପୋଷ ବୁଝାମଣା, ସୀମା ବିବାଦକୁ ଏଡ଼ାଇବାକୁ ନେଇ ଏହି ବୈଠକ ବସିଛି। ମିଳିଥିବା ସୂଚନା ମୁତାବକ, ଦୁଇ ଦେଶ ସୁରକ୍ଷାକୁ ଆଖି […]

author-image
Ranjeet Kumar Jena
ଭାରତ-ଚୀନ୍ ସୀମା ବିବାଦ, ବସିଲା ବ୍ରିଗେଡ୍ କମାଣ୍ଡର ସ୍ତରୀୟ ବୈଠକ

indo-china

ନୂଆଦିଲ୍ଲୀ: ପାନଗଙ୍ଗରେ ଚୀନ ସେନାକୁ କଡ଼ା ଜବାବ ଦେବା ପରେ ଆଜି ବସିଛି ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା। ଚୁସୁଲରେ ଭାରତୀୟ ଓ ଚୀନର ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଗତ ୨୯ ରାତିରେ ଦକ୍ଷିଣ ପାନଗଙ୍ଗରେ ଘଟିଥିବା ସଂଘର୍ଷ ପରେ ଏହି ଆଲୋଚନା ଆରମ୍ଭ ହୋଇଛି। ଉଭୟ ସେନା ମଧ୍ୟରେ ଆପୋଷ ବୁଝାମଣା, ସୀମା ବିବାଦକୁ ଏଡ଼ାଇବାକୁ ନେଇ ଏହି ବୈଠକ ବସିଛି।

Advertisment

ମିଳିଥିବା ସୂଚନା ମୁତାବକ, ଦୁଇ ଦେଶ ସୁରକ୍ଷାକୁ ଆଖି ଆଗରେ ରଖି ଉଭୟ ପଟ ସୀମାରେ ସୈନ ସଂଖ୍ୟାକୁ ବଢ଼ାଇଛନ୍ତି। ଏହାସହ ଭାରତ ଓ ଚୀନ ନିଜ ନିଜର ଶକ୍ତିଶାଳୀ ଟ୍ୟାଙ୍କକୁ ମଧ୍ୟ ମୁତୟନ କରିଛି। ଗତ ୨୯ ରାତିରେ ଚୀନର ଚାଲାକିକୁ ମାତ୍ ଦେଇଥିଲେ ଭାରତୀୟ ଯବାନ। ଯାହା ପରଠାରୁ ବିଚଳିତ ହୋଇପଡ଼ିଛି PLA ଆର୍ମି।

ଲଦାଖ ପାନଗଙ୍ଗ ହ୍ରଦ ଦକ୍ଷିଣ ପଟେ ଗତ ୨୯ ତାରିଖ ମଧ୍ୟରାତ୍ରୀରେ ଏହି ସଂଘର୍ଷ ହୋଇଛି। ଚୀନର ଅନୁପ୍ରବେଶ ପରେ ଏହାକୁ ବିରୋଧ କରିଥିଲେ ଭାରତୀୟ ସେନା। ପୂର୍ବରୁ ପାନଗଙ୍ଗର ଉତ୍ତର ଦିଗରେ ଚୀନ ଅନୁପ୍ରବେଶ କରୁଥିବା ବେଳେ ଏବେ ଦକ୍ଷିଣ ଦିଗରେ ବି ଉତ୍ତେଜନା ସୃଷ୍ଟି କରୁଛି। ଏନେଇ ଚୀନ ସହ ୬ ଥର ସେନା ସ୍ତରୀୟ ଆଲୋଚନା ସରିଛି।

Advertisment
Advertisment
Advertisment