/odishatv-khabar/media/post_attachments/uploadimage/library/16_9/16_9_0/income-tax_1623036526.jpg)
income tax
ନୂଆଦିଲ୍ଲୀ : ଆୟକର ବିଭାଗର ନୂଆ ପୋର୍ଟାଲ ଆଜି ଠାରୁ ଆରମ୍ଭ ହେଉଛି । ଏବେ ଇନକମ୍ ଟାକ୍ସ ରିଟର୍ଣ୍ଣ, ଆଇଟିଆର ଦାଖଲ ସମେତ ସମସ୍ତ କାମ ବିଭାଗର ନୂଆ ପୋର୍ଟାଲ www.incometax.gov.inରେ ସଂଚାଳିତ ହେବ । ଏଥିରେ ଅନେକ ନୂଆ ଫିଚର ଯୋଡ଼ି ହୋଇ ରହିଛି, ଯଦ୍ୱାରା ସମସ୍ତ ପ୍ରକ୍ରିୟା ଶୀଘ୍ର ହୋଇପାରିବ । ନୂଆ ପୋର୍ଟାଲରେ ଇନକମ୍ ଟାକ୍ସର ତୁରନ୍ତ ପ୍ରୋସେସିଂ ଆରମ୍ଭ ହେବ ଓ ରିଫର୍ଣ୍ଣିଂ ପ୍ରକିୟା ମଧ୍ୟ ସହଜ ହେବ । ଆୟକର ବିଭାଗ ଅନୁସାରେ ଟିକସଦାତାମାନେ ଏହି ପୋର୍ଟାଲରେ ଅନଲାଇନରେ ସବିଶେଷ ତଥ୍ୟ ଦେଇପାରିବେ ।
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଇ -ଫାଇଲିଙ୍ଗ ପୋର୍ଟାଲ ଜରିଆରେ ଟିକସଦାତାଙ୍କୁ ସୁବିଧା ପ୍ରଦାନ କରିବା ତଥା ଏକ ଆଧୁନିକ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ପୋର୍ଟାଲ ଆରମ୍ଭ କରିବାକୁ ଯାଉଛି । ଆଡଭାନ୍ସ ଟାକ୍ସ ଇନଷ୍ଟଲମେଣ୍ଟ ତାରିଖ ପରେ ଆୟକର ବିଭାର ନୂଆ ବ୍ୟବସ୍ଥା ୧୮ ଜୁନରେ ଲଂଚ କରାଯିବ , ଯଦ୍ୱାରା ଟିକସଦାତାଙ୍କୁ କୌଣସି ଅସୁବିଧା ହେବନାହିଁ ।
ଅନ୍ୟପଟେ ଟିକସଦାତାଙ୍କୁ ଟିକସ ଦେବାର ନୂତନ ବ୍ୟବସ୍ଥାରେ ଅଭ୍ୟସ୍ତ ହେବା ପାଇଁ କିଛି ସମୟ ଲାଗିପାରେ ବୋଲି କହିଛି ସିବିଡିଟି । ବ୍ୟବହାର କରିବା ପୂର୍ବରୁ ସମସ୍ତ ଟିକସଦାତା ଏହାକୁ ଏହାର ଫିଚର ଗୁଡିକ ଜାରିବା ଜରୁରୀ । ନୂତନ ଆୟକର ପୋର୍ଟାଲ ଆରମ୍ଭ ହେବା ପରେ ପରେ ପ୍ରଥମେ ଧେର୍ଯ୍ୟ ଧରି ରହିବାକୁ ସମସ୍ତ ଟିକସଦାତା ତଥା ଶେୟାରହୋଲ୍ଡରଙ୍କୁ ଅପିଲ କରାଯାଇଛି । ଏହା ଏକ ବଡ ପରିବର୍ତ୍ତନ ଏବଂ ଟିକସ ଦେବାର ନୂତନ ସିଷ୍ଟମ ସହିତ ଅନ୍ୟ ସମସ୍ତ ଫିଚର ମଧ୍ୟ ଶୀଘ୍ର ପ୍ରକାଶ ପାଇବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି ।
ନୂଆ ପୋର୍ଟାଲର କିଛି ସ୍ୱତନ୍ତ୍ର ଫିଚର :
ସମସ୍ତ ପ୍ରକାର ଇଣ୍ଟରାକ୍ସନ, ଅପଲୋଡ୍ କିମ୍ବା ବିଚାରାଧୀନ କାର୍ଯ୍ୟଗୁଡ଼ିକ ଗୋଟିଏ ଡ୍ୟାସବୋର୍ଡରେ ପ୍ରଦର୍ଶିତ ହେବ, ଯଦ୍ୱାରା ଟିକସଦାତା ସବୁକିଛି ଟ୍ରାକ୍ କରିବାକୁ ସମର୍ଥ ହେବେ ।
ଟିକସଦାତାଙ୍କୁ ଆଇଟିଆର ଦାଖଲ କରିବାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପୋର୍ଟାଲରେ ଆଇଟିଆର୧, ୪ (ଅପଲାଇନ୍, ଅଫଲାଇନ୍) ଏବଂ ଆଇଟିଆର ୨( ଅଫଲାଇନ୍ ) ଦାଖଲ କରିବାକୁ ଇଣ୍ଟରାକ୍ଟିଭ ପ୍ରଶ୍ନ ସହ ଆଇଟିଆରର ପ୍ରିପେରେସନ୍ ସପ୍ଟୱେର ଉପଲବ୍ଧ ହେବ । ସେହିପରି ଆଇଟିଆର୍ ୩,୫,୬,୭ ର ସୁବିଧା ମଧ୍ୟ ଖୁବ୍ ଶୀଘ୍ର ଉପଲବ୍ଧ କରାଯିବ ।
ନୂଆ ପୋର୍ଟାଲରେ ଟିସରଦାତା ନିଜର ବେତନ, ସମ୍ପତ୍ତି, ବ୍ୟବସାୟ ଓ ପେଶାର ବିବରଣୀ ପ୍ରଦାନ କରି ନିଜର ପ୍ରୋଫାଇଲକୁ ସକ୍ରିୟ ରୂପେ ଅପଡେଟ୍ କରପାରିବେ । ଆଇଟିଆର ଭରିବାରେ ଏହାର ଉପଯୋଗ କରାଯିବ । ଟିଡିଏସ୍ ଓ ଏସଏଏଫଟି ବିବରଣୀ ଅପଲୋଡ କିରବା ପରେ ଚାକିରି, ଆୟ , ସୁଧ ଲାଭ, ପୂର୍ବ ଭରଣାର ବିସ୍ତୃତ ବିବରଣୀ ଉପଲବ୍ଧ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)